ଭାରତ-ପାକିସ୍ତାନ ଦୁଇ ଚୀର ପ୍ରତିଦ୍ୱନ୍ଦିଙ୍କ ମଧ୍ୟରେ ଆଜି ହେବ କଡ଼ା ଟକ୍କର, ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ସୁପର୍ ସଣ୍ଡେରେ ଦେଖିବାକୁ ମିଳିବ ସୁପର୍ ମୁକାବିଲା। ୨.୩୦ରୁ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ୍। ବିଜୟ ଲକ୍ଷ୍ୟରେ ଦୁଇ ଦଳ। ପାକିସ୍ତାନକୁ ହରାଇ ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଭାରତର ଚେଷ୍ଟା।
ଦୁବାଇ: ଆଜି ସୁପର୍ ସଣ୍ଡେରେ ସୁପର୍ ମୁକାବିଲା। ଖେଳାଯାଉଛି ICC ଚାମ୍ପିଅନ୍ସ ଟ୍ରଫି। ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍। ସବୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଉତ୍ସାହ।
ସେପଟେ ଦୁଇ ଦଳର ମନରେ ମଧ୍ୟ ପଶିଛି ଛନକା। ଅପରାହ୍ନ ୨.୩୦ରେ ଖେଳାଯିବ ଏହି ମ୍ୟାଚ୍। ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ପକ୍କା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଯେହେତୁ ଆୟୋଜକ ଦଳ ପାକିସ୍ତାନ ତେଣୁ ଏହି ମ୍ୟାଚକୁ ଜିତି ନିଜ ସ୍ଥାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବ ପାକିସ୍ତାନ।
ଯାହାକୁ ନେଇ ଦୁଇ ଦଳର କ୍ରିକେଟ ପ୍ରେମାଙ୍କ ମନରେ ପ୍ରବଳ ଉତ୍କଣ୍ଠା। ଆଶା କରାଯାଉଛି ଆଜି ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ସେପଟେ ରୋହିତ ବାହିନୀ ମଧ୍ୟ ଫୁଲ ଦମରେ ଲାଗିପଡିଛନ୍ତି। କାରଣ ଏହି ଦୁଇ ଦଳ ଚୀର ପ୍ରତିଦ୍ୱନ୍ଦ୍ୱି।
କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି। ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି।
ଆଜି ଭାରତଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଅନେକ ବର୍ଷଧରି ଭାରତକୁ ହରାଇବାରେ ପାକିସ୍ତାନ ସକ୍ଷମ ହେଉନଥିବାରୁ ଅତିରିକ୍ତ ଚାପ ବି ରହିଛି ପାକିସ୍ତାନ ଉପରେ।