ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତିରେ ବିସ୍ପୋରଣ ଘଟି ତିନିଜଣ ଗୁରୁତର ହୋଇଥିବାର ଖବର ମିଳିଛି। ତାପସ ମଙ୍ଗରାଜଙ୍କ ଘରେ ଏହି ବିସ୍ପୋରଣ ଘଟିଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହା ବୋମା ବିସ୍ପୋରଣ। ଅପରପକ୍ଷରେ ଏହା ବାଣ ବିସ୍ପୋରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଏଥିରେ ତିନିଜଣ ଗୁରୁତର ହୋଇଥିବା ବେଳେ, ଦୁଇ ଜଣଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି । ଏଥିରେ ୧୦ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି । ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି ।
ଖବର ମୁତାବକ, କୁମାରବସ୍ତିର ତାପସ ମଙ୍ଗରାଜଙ୍କ ଘରେ ହଠାତ୍ ଏକ ଜୋରରେ ବିସ୍ଫୋରଣ ଘଟିଥିଲା । ସ୍ଥାନୀୟ ଲୋକେ ଦୌଡି ଯାଇ ଦେଖିବା ବେଳକୁ ବିସ୍ଫୋରଣରେ ତିନି ଜଣ ଛିଟିକି ପଡିଥିଲେ । ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି ।
ବିସ୍ଫୋରଣର ଭୟାଭହତାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ବୋମା ବିସ୍ଫୋରଣ କହୁଥିବାବେଳେ, ଅପରପକ୍ଷରେ ଏହା ବାଣ ବିସ୍ପୋରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାରେ ଏକ ମାମଲା ରୁଜୁ କରି ପୋଲିସ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।