ପାକିସ୍ତାନରୁ ଆସିଲା ଧମକ, ବିସ୍ଫୋରଣ କରି ଉଡ଼ାଇ ଦେବୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟ୍ରାଫିକ୍ ପୋଲିସ ପାଖକୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ପାକିସ୍ତାନୀ ନମ୍ୱରରୁ ହ୍ୱାଟ୍ସଆପ୍ ମେସେଜ୍। ବମ୍ ଲଗାଇ ଉଡ଼ାଇଦେବୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍।
ମହାରାଷ୍ଟ୍ର: ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ଟ୍ରାଫିକ୍ ପୋଲିସ୍ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ୱରକୁ ପାକିସ୍ତାନୀ ନମ୍ୱରରୁ ଆସିଲା ମେସେଜ୍। ବମ୍ ଲଗାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିସ୍ଫୋରଣ କରିଦେବୁ। ବମ୍ ଲଗାଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଉଡ଼ାଇ ଦେବୁ।
ଏମିତି ଏକ ଧମକ ପୂର୍ଣ୍ଣ ମେସେଜ୍ ପାଇଲା ପରେ ସଜାଗ ହୋଇଯାଇଛି ପୋଲିସ। ଏବଂ ସବୁଠି ହାଇଆଲର୍ଟ ଜାରି କରାଯାଇଛି। ଯେହେତୁ ନିକଟରେ ପାକିସ୍ତାନ ଏବଂ ଭାରତ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଥିଲା। ଏବଂ ସେହି ମ୍ୟାଚକୁ ଭାରତ ଜିତିନେଇଥିଲା।
ତାପରେ ପାକିସ୍ତାନ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା କି ପାକିସ୍ତାନରେ ହେବାକୁ ଥିବା ମ୍ୟାଚରେ ଆତଙ୍କବାଦୀମାନେ ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ସୁରାକ ମିଳିଛି। ତେବେ ଏହି ଘଟଣା କେତେ ସତ କେତେ ମିଛ ତାହା ତ ସମ୍ପୂର୍ଣ୍ଣ ରୂପେ ଜଣା ପଡିନାହିଁ। କିନ୍ତୁ ମ୍ୟାଚ୍ ପରେ ଯେହେତୁ ଏମିତି ଏକ ମେସେଜ୍ ଆସିଛି ତେଣୁ ଆଲର୍ଟ ହୋଇଯାଇଛନ୍ତି ପୋଲିସ ପ୍ରଶାସନ।
ଧମକପୂର୍ଣ୍ଣ ମେସେଜ୍: ତେବେ ଏହି ମେସେଜ୍ ଟି ଆସିଛି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟାଳୟ ପାଇଁ। ଜଣେ ଅଧିକାରୀ ସୂଚନା ଦେଇଛନ୍ତି କି, ମୁମ୍ୱାଇ ଟ୍ରାଫିକ ପୋଲିସର ହ୍ୱାଟ୍ସଆପ୍ ହେଲ୍ପଲାଇନ୍କୁ ଏକ ପାକିସ୍ତାନୀ ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା।
ଯେଉଁଥିରେ ମନ୍ତ୍ରଣାଳୟରେ ଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ସୂଚନାନୁସାରେ ଗୁରୁବାର ଦିନ ମାଲିକ ଶାହବାଜ ରାଜା ବୋଲି ଜଣେ ବ୍ୟକ୍ତିଙ୍କ ନାଁରେ ଏହି ମେସେଜ୍ ଆସିଥିଲା। ପରେ ତାଙ୍କ ନାଁରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ପୂର୍ବରୁ ମଧ୍ୟ ଧମକ ମିଳିଥିଲା: ଏହି ଧମକ ମିଳିବା ପରେ ମୁମ୍ୱାଇ ପୋଲିସ ହାଇ ଆଲର୍ଟ ଜାରି କରିଛି। ତେବେ ଏପରି ଧମକପୂର୍ଣ୍ଣ ମେସେଜ୍ ଆସିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏମିତି ଅନେକ ଧମକପୂର୍ଣ୍ଣ ମେସେଜ୍ ଆସିଛି।
ଗତ ବର୍ଷ ନଭେମ୍ବରରେ ଏକ ମେସେଜରେ ଅଭିନେତା ସଲମାନ ଖାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା ଏବଂ ୫ କୋଟି ଟଙ୍କା ଦାବି କରାଯାଇଥିଲା। ଡିସେମ୍ବର ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଧମକପୂର୍ଣ୍ଣ ବାର୍ତ୍ତା ପରେ ଜଣେ ୩୭ ବର୍ଷୀୟ ଝାଡ଼ଖଣ୍ଡ ବାସିନ୍ଦାଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା।
ଠିକ୍ ସେହିପରି ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଏକ ବାର୍ତ୍ତା ମିଳିଥିଲା, ଯାହା ପରେ ବୁଲଢାନାରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଉଡ଼ାଇ ଦେବାକୁ ଧମକ ଆସିଛି।