ଭୁବନେଶ୍ୱର: ନୂଆ ସରକାରୀ ବାସଭବନରେ ପ୍ରବେଶ କଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଜିଠାରୁ ରାଜଭବନ ରାସ୍ତାରେ ଥିବା ବାସଭବନ ଆଜି ପ୍ରତିଷ୍ଠା ପୂଜା କରାଯାଇଛି ।
ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିବା ଜଣାପଡ଼ିଛି । ପ୍ରଥମେ ୨ଟି ଗାଈଙ୍କୁ ପୂଜା କରି ସେମାନଙ୍କୁୂ ଗୃହରେ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଛନ୍ତି ।
ଗୃହ ପ୍ରବେଶ ସମୟ ୧୦ଟା ୪୭ ମିନିଟ୍ ଥିଲା । ୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି ।
୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା ।