ରିପୋର୍ଟର ବଡ଼ ଖୁଲାସା: ସ୍ପର୍ମ ସ୍ଥିର କରିବ ପୁରୁଷଙ୍କ ଆୟୁ, ଭଲ Sperm କରିବ ଦୀର୍ଘାୟୁ
ରିପୋର୍ଟରୁ ଜଣାପଡ଼ିଲା ସତ । ଭଲ ସ୍ପର୍ମ ବଢ଼େଇବ ଆପଣଙ୍କ ଆୟୁଷ ।
ଓଡ଼ିଶା ଭାସ୍କର: ସୁସ୍ଥ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଜିଇଁବା ପାଇଁ ଶରୀରିକ ଓ ମାନସିକ ସ୍ତରରେ ସ୍ୱାସ୍ଥ୍ୟବାନ ହେବା ଆବଶ୍ୟକ । ଲାଇଫ୍ ଷ୍ଟାଇଲ ଜୀବନ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇଥାଏ । କିନ୍ତୁ ଆପଣ ଜାଣନ୍ତି କି; ସ୍ପର୍ମ କାଉଣ୍ଟର ମଧ୍ୟ ଏଥିରେ ବଡ଼ ଭୂମିକା ରହିଛି ।
ବୟସ ବଢ଼ିବ: କୋପେନହେଗନ ୟୁନିଭର୍ସିଟି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ୫୦ ବର୍ଷ ଧରି ୮୦ ହଜାର ପୁରୁଷଙ୍କ ସ୍ପର୍ମକୁ ଅନୁଧ୍ୟାନ କରାଯାଇଥିଲା । ଯେଉଁଥିରେ ଜଣାପଡ଼ିଛି, ଭଲ ସ୍ପର୍ମ କ୍ୱାଲିଟି ଥିବା ପୁରୁଷ ଅଧିକ ଦିନ ବଞ୍ଚିଥାନ୍ତି ।
ଯେଉଁ ପୁରୁଷମାନଙ୍କ ମୋଟାଇଲ (ଭାସମାନ) ସ୍ପର୍ମ ୧୨୦ ମିଲିୟନରୁ ଅଧିକ ସେମାନେ ୦ରୁ ୫ ମିଲିୟନ୍ ମୋଟାଇଲ ସ୍ପର୍ମଧାରୀ ପୁରୁଷଙ୍କଠାରୁ ୨ରୁ୩ ବର୍ଷ ଅଧିକ ଜୀବିତ ରୁହନ୍ତି ବୋଲି ହ୍ୟୁମାନ ରିପ୍ରଡକ୍ସନ ନାମକ ପତ୍ରିକାରେ ପ୍ରକାଶ ପାଇଛି ।
ସୁସ୍ଥ ଶରୀର: ୧୯୬୫ରୁ ୨୦୧୫ କୋପେନହେଗର ପବ୍ଲିକ ଲେଜରେ ୭୮,୨୮୪ ପୁରୁଷଙ୍କ ସିମେନ ନମୁନା ଯାଞ୍ଚ କରାଯାଇଥିଲା । ପୁରୁଷଙ୍କଠାରେ ଦେଖାଯାଉଥିବା ଇନଫର୍ଟିଲିଟି ସମ୍ପର୍କରେ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଏହାର ଫଲୋଅପ୍ ବେଳକୁ ହୋଇସାରିଥିଲା । ପାଖାପାଖି ୧୧% ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଗବେଷକଙ୍କ ମତରେ ସିମେନ କ୍ୱାଲିଟି ଥିବାବାଲା ପୁରୁଷ ୨ରୁ୩ ବର୍ଷ ଅଧିକ ବଞ୍ଚନ୍ତି । ଏଥିସହ ସ୍ପର୍ମ କ୍ୱାଲିଟି ପୁରୁଷଙ୍କ ଶିକ୍ଷା କିମ୍ବା ୧୦ ବର୍ଷ ଭିତରେ ସେମାନଙ୍କୁ ହୋଇଥିବା ରୋଗ ସହିତ କୌଣସି ସମ୍ବନ୍ଧ ନାହିଁ ।