ଭୁବନେଶ୍ୱର: ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲା କଂଗ୍ରେସ । ବିଧାନସଭା ଗାନ୍ଧି ମୂର୍ତ୍ତି ତଳ ପ୍ରତିବାଦ ସ୍ଥଳରୁ ଉଠିଲେ ବିଧାୟକ ।
ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକ ଧାରଣାରୁ ଓଠିଲେ । ତାରାଙ୍କୁ ବିଧାନସଭାରୁ ୭ ଦିନ ନିଲମ୍ବନର ପ୍ରତିବାଦ କରୁଥିଲା କଂଗ୍ରେସ ।
ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ତାରାଙ୍କୁ ଗୃହରୁ ନିଲମ୍ବନ କରିଥିଲେ ବାଚସ୍ପତି ସୁରମା ପାଢ଼ୀ ।
ଏହାକୁ ବିରୋଧ କରି କଂଗ୍ରେସ ବିଧାୟକମାନେ କଳାପଟି ବାନ୍ଧି ରାତିସାରା ପ୍ରତିବାଦ କରିବାର ନିଷ୍ପତ୍ତି ନେଇଥିଲେ । ହେଲେ ପିସିସି ସଭାପତି ଭକ୍ତ ଦାସ ପ୍ରତିବଦ ସ୍ଥଳକୁ ଯାଇ ସେମାନଙ୍କୁ ବୁଝାସଝା କରିବା ପରେ କଂଗ୍ରେସ ବିଧାୟକ ପ୍ରତିବାଦରୁ ଓହରିଛନ୍ତି ।