ରାଜନେତାଙ୍କ ହାଇପ୍ରୋଫାଇଲ ବାହାଘର, କାଲି ଅନୁଭବ ଆଜି ପ୍ରଦୀପଙ୍କର ପଡ଼ିବ ହାତଗଣ୍ଠି
ଦ୍ୱିତୀୟ ଇନିଂସ ଖେଳିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜନେତା। ଗତକାଲି ଅନୁଭବ ନିଜ ବାନ୍ଧବୀଙ୍କୁ ସିନ୍ଦୂର ଦେଇ ସାତଜନ୍ମର ସାଥୀ କରିଥିଲେ। ଆଉ ଆଜି ପ୍ରଦୀପ ନିଜର ୩ ବର୍ଷର ପ୍ରେମକୁ ବିବାହର ନାଁ ଦେବେ। ହେଲେ ଦୁଇଜଣଙ୍କ ମଧ୍ୟରେ ଗୋଟିଏ କଥା ସମାନ କି, ଦୁହିଁଙ୍କ ଜୀବନସାଥୀ ହେଉଛନ୍ତି ସାମ୍ୱାଦିକା।
ଭୁବନେଶ୍ୱର: ଗତକାଲି ବେଶ୍ ଧୁମଧାମରେ ଦିଲ୍ଲୀରେ ବିବାହ କରିଛନ୍ତି ଦୁଇ ପ୍ରେମପକ୍ଷୀ। ବାନ୍ଧବୀରୁ ସାଜିଛନ୍ତି ବଧୂ। ଆଉ ଜାଗ୍ରତିଙ୍କ ମଥାରେ ସିନ୍ଦୂର ପିନ୍ଧାଇ ଅନୁଭବ ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଠିକ୍ ସେହିପରି ଆଜି ବି ଆଉ ଏକ ହାଇପ୍ରେଫାଇଲ୍ ବାହାଘର ହେଉଛି। ସେ ଆଉ କେହି ନୁହଁନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ।
ଆଉ ଅନୁଭବଙ୍କ ପରି ପ୍ରଦୀପ ମଧ୍ୟ ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ବିବାହ କରିବାକୁ ଯାଉଛନ୍ତି। ଅନୁଭବ ଦିଲ୍ଲୀରେ ବିବାହ କରିଥିଲେ, ଆଉ ପ୍ରଦୀପ ଗୋଆରେ ଡେଷ୍ଟିନେସନ ଓ୍ୱେଡିଂ କରିବେ। ଆଜି ପଡିବ ପ୍ରଦୀପଙ୍କ ହାତଗଣ୍ଠି। ହେଲେ ଦୁଇ ଜଣଙ୍କ ଭିତରେ ଗୋଟିଏ କଥା ସମାନ। କି ଦୁଇ ଜଣଙ୍କ ପତ୍ନୀ ସାମ୍ୱାଦିକା।
ବାହାଘର: ହଁ ଗତକାଲି ବରଯାତ୍ରୀ ଧରି ବେଶ ଧୁମଧାମରେ ଡିଜେ ବଜାଇ ବାନ୍ଧବୀ ସାମ୍ୱାଦିକା ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କୁ ମଙ୍ଗଳସୂତ୍ର ପିନ୍ଧାଇ ସାତଜନ୍ମର ସାଥୀ କରିଛନ୍ତି ଅନୁଭବ। ଆଉ ଦୁହିଁଙ୍କ ମୁହଁରେ ବାହାଘରର ସେ ଖୁସି ମଧ୍ୟ ବେଶ ଝଲସୁଥିଲା।
ଆଉ ଅନୁଭବଙ୍କ ପରି ଆଜି ପ୍ରଦୀପ ମଧ୍ୟ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ନିଜ ପ୍ରେମକୁ ବିବାହର ରୂପ ଦେବାକୁ ଯାଉଛନ୍ତି। ଗୋଆରେ ତିନିବର୍ଷର ପ୍ରେମକୁ ଜୀବନସାଥୀ କରିବେ। ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ଆରମ୍ଭ କରିବେ ଜୀବନର ଦ୍ୱିତୀୟ ଇନିଂସ।
ରାଜନେତାଙ୍କ ହାଇପ୍ରୋଫାଇଲ ବାହାଘର: ତେବେ ଏବେ ଦେଖିବାକୁ ମିଳୁଛି ରାଜନେତାମାନେ ବିବାହ କରୁଛନ୍ତି। ସେଥିରେ ବୟସ ଯେତେ ହେଉନା କାହିଁକି ଦ୍ୱିତୀୟ ଇନିଂସ ଖେଳିବାକୁ ଅଣ୍ଟା ଭିଡିଛନ୍ତି। ଠିକ୍ ଯେମିତି ଆପଣମାନେ ଦେଖିଥିବେ ନିକଟରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ହାତକୁ ଦିହାତ ହୋଇଥିଲେ।
ଆଉ ଗତକାଲି ପୂର୍ବତନ ସାଂସଦ ଅନୁଭବ ମହାନ୍ତି ସାମ୍ୱାଦିକା ଜାଗ୍ରତି ଶୁକ୍ଳାଙ୍କୁ ପ୍ରେମ ବିବାହ କରି ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ଉଭୟ ପକ୍ଷଙ୍କ ପରିବାର ଓ କିଛି ଖାସ୍ ଅତିଥିଙ୍କ ଉପସ୍ଥିତିରେ ବାହାଘର ହୋଇଛି।
ଓଡିଶାରୁ କଳାକାରମାନେ ଯାଇ ସଂଗୀତ ପରିବେଷଣ କରିଛନ୍ତି। ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ କଟକରୁ ଯାଇଛନ୍ତି ରୋଷେୟା । ଭୋଜିରେ ୭୬ ପ୍ରକାର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି।
ଠିକ୍ ସେହିପରି ଆଜି ହାତକୁ ଦି’ହାତ ହେବେ ଆଉ ଜଣେ ରାଜନେତା। ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କର ତିନିବର୍ଷର ପ୍ରେମରେ ପଡିବ ପୂର୍ଣ୍ଣଛେଦ। ପ୍ରଦୀପ ମଧ୍ୟ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ଆରମ୍ଭ କରିବେ ଜୀବନର ଦ୍ବିତୀୟ ଇନିଂସ। ଜିମ୍ରୁ ଜୀବନସାଥୀ,ଓଡ଼ିଶାରେ ପ୍ରେମ, ଗୋଆରେ ବିବାହ।