ଦେଶର ପ୍ରଥମ ନିରାମିଷ ଟ୍ରେନ୍… ଏହି ଟ୍ରେନରେ ଯାତ୍ରୀମାନେ ଖାଇପାରିବେନି ଆମିଷ
ସାଦା ଖାଇବାକୁ ଯାତ୍ରୀମାନେ ବାଧ୍ୟ । ଜାଣନ୍ତୁ ଏ ଟ୍ରେନରେ କ’ଣ ରହିଛି ଖାସ୍ ।
ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ସବୁବେଳେ ଖାଇବାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥାଏ । କେତେବେଳେ ପରିସ୍କାର ପରିଚ୍ଛନ୍ନତାକୁ ନେଇ ତ କେବେବେଳେ ଆଇଟମକୁ ନେଇ ।
ଟ୍ରେନ ଯାତ୍ରୀ ନିଜ ମନ ପସନ୍ଦର ଖାଦ୍ୟସବୁବେଳେ ଅର୍ଡର କରୁଥିବାବେଳେ ହାଇଜିନକୁ ନେଇ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଦେଶରେ ଏମିତି ଏକ ଟ୍ରେନ୍ ଗଡ଼ୂୁଛି ଯେଉଁଥିରେ ଚିକେନ, ମଟନ୍ ସହିତ କୌଣସି ଆମିଷ ଖାଦ୍ୟ ପରଷାଯାଉନାହିଁ ।
ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ସାତ୍ତ୍ୱିକ । ବନ୍ଦେ ଭାରତ ଏକ୍ସପ୍ରେସରେ ଏ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନଟି ଦିଲ୍ଲୀରୁ କତ୍ରା ଯାଉଛି । ଯେଉଁଥିରେ ସାଦା ଖାଦ୍ୟ ପରାଷାଯିବାର ବ୍ୟବସ୍ଥା ରହିଛି ।
ଟ୍ରେନରେ ମା’ ବୈଷ୍ଣୋଦେବୀଙ୍କ ପାଖକୁ ଯାଉଥିବାବେଳେ ଯାତ୍ରୀମାନଙ୍କୁ ନିରାମିଶ ଖାଦ୍ୟ ପରଷାଯାଇଥାଏ । କେବଳ ଟ୍ରେନ ସାଦା ଖାଦ୍ୟ ଦେଉଛି ତା’ ନୁହେଁ, ଘରୁ ଖାଦ୍ୟ ଆଣି ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ଆମିଷ ଆଣିବାକୁ ମନା କରାଯାଇଥାଏ ।
ଏହା ହେଉଛି ଦେଶର ପ୍ରଥମ ସାତ୍ତ୍ଵିକ ଟ୍ରେନ ।