ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଭିଡ଼ କମାଇବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।
ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲେଭେଟେଡ୍ କରିଡର କରାଯିବ । ବାରଙ୍ଗରୁ ପଟିଆ ଷ୍ଟେସନ ଛକ, ଏନଏଚ୍ ୧୬ ଓ ସୁଆଙ୍ଗୋ ଦେଇ ଜଟଣୀ କେନାଲ ରାସ୍ତା ନିର୍ମାଣ କରାଯିବ ।
କଳ୍ପନା ସ ମ୍ୟୁଜିୟମ ଛକରେ ନିର୍ମାଣ ହେବ ଫ୍ଲାଏ ଓଭର । ଶିଶୁ ଭବନରୁ ମ୍ୟୁଜିୟମ ରାସ୍ତାରେ ହେବ ଆରଓବି । ଏଜି ଛକରେ ଭୂତଳ ରାସ୍ତା ନିର୍ମାଣ କରାଯିବ ।
ଭୁବନେଶ୍ୱରରେ ଇନ୍ନର ଓ ଆଉଟର ରିଙ୍ଗ ରୋଡ୍ ନିର୍ମାଣ କରାଯିବ ।