‘ଗ୍ରାହକଙ୍କୁ କେୱାଇସି ପାଇଁ ବାରମ୍ବାର ଫୋନ୍ କରନ୍ତୁନି’, ସମସ୍ତ ବ୍ୟାଙ୍କକୁ RBI ଗଭର୍ଣ୍ଣର ବଡ଼ ନିର୍ଦ୍ଦେଶ
ଆରବିଆଇ ଗଭର୍ଣ୍ଣର ସମସ୍ତ ବ୍ୟାଙ୍କକୁ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ବ୍ୟାଙ୍କଗୁଡ଼ିକୁ କହିଛନ୍ତି ଯେ, ଗ୍ରାହକଙ୍କୁ କେୱାଇସି ଡକ୍ୟୁମେଣ୍ଟ ପାଇଁ ବାରମ୍ବାର ଫୋନ ନ କରନ୍ତୁ ।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଥରେ ଗ୍ରାହକ ଆର୍ଥିକ ସଂସ୍ଥାକୁ ଡକ୍ୟୁମେଣ୍ଟ ଦେବା ପରେ, ଆମେ ସେହି ଡକ୍ୟୁମେଣ୍ଟକୁ ହାସଲ କରିବା ପାଇଁ ତାଙ୍କ ଉପରେ ପ୍ରେସର ନ ପକାଇବା ଆବଶ୍ୟକ ।
RBI Ombudsmenର ବାର୍ଷିକ ସମ୍ମିଳନୀକୁ ସମ୍ବୋନ୍ଧିତ କରି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ସ୍ପଷ୍ଟ କରିଛନ୍ତି ଯେ, ଗ୍ରାହକ ଯେକୌଣସି ଆର୍ଥିକ ନିୟାମକ-ତଦାରଖକାରୀ ସଂସ୍ଥାକୁ ଥରେ ଡକ୍ୟୁମେଣ୍ଟ ଦାଖଲ କରିବାପରେ, ସେମାନଙ୍କ ପାଖେ ପହଞ୍ଚିବା ସମ୍ଭବ ହୋଇଥାଏ ।
ଏଥିସହ ବାରମ୍ବାର ଅନୁରୋଧ କରି ଗ୍ରାହକମାନଙ୍କୁ ଅସୁବିଧାରେ ନପକାଇବାକୁ ସଞ୍ଜୟ ମଲହୋତ୍ରା ଅନୁରୋଧ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଅଧିକାଂଶ ବ୍ୟାଙ୍କ ଏବଂ ଆର୍ଥିକ କମ୍ପାନୀଗୁଡ଼ିକ ନିଜର ଶାଖା ବା କାର୍ଯ୍ୟଳାୟକୁ କେନ୍ଦ୍ରୀୟ ଡାଟାବେସ ସହ ସୂଚନା ପ୍ରାପ୍ତ କରିବାର ସୁବିଧା ଦେଇନଥାଏ, ଯେଉଁ କାରଣ ପାଇଁ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ।
ଏହାକୁ ଖୁବଶୀଘ୍ର ସୁଗମ କରାଯାଇ ପାରିବ ଏବଂ ଏହା ସମସ୍ତଙ୍କ ହିତରେ ରହିବ ।