ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ… ୯ ଜିଲ୍ଲାରେ ଝଡ଼-ତୋଫାନ୍, ୨୫ ଜିଲ୍ଲା ପାଇଁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଭାସ୍କର: ଆଜି ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ । ଆଜି ପାଇଁ ୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

କିଛି କିଛି ସ୍ଥାନରେ ବର୍ଷା ଲାଗି ରହିବ । ୨୪ ତାରିଖ ପରେ ସମ୍ପୂର୍ଣ୍ଣ ଭାବେ ବର୍ଷା କମିବା ନେଇ ସୂଚନା ଜାରି କଲା ପାଣିପାଗ ବିଭାଗ ।

୯ ଜିଲ୍ଲାକୁ ଝଡ଼ ତୋଫାନ୍ ଚେତାବନୀ ଦିଆଯାଇଛି । ମୟୁରଭଞ୍ଜ ଓ ବାରିପଦାରେ ସବୁଠୁ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ଆଗାମୀ ୨୪ ଘଣ୍ଟାରେ କୁଆପଥର ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି ।

ବର୍ଷା ଛାଡ଼ିବା ପରେ ଦୈନିକ ତାପମାତ୍ରା କ୍ରମାଗତ ଭାବେ ବଢ଼ିବ । କହିବାକୁ ଗଲେ ଅସହ୍ୟ ଗରମ ଅନୁଭୂତ ହେବ ।