ଭୁବନେଶ୍ୱର:ଭାରତରେ ଅତ୍ୟାଚାର, ନିର୍ଯାତନା ଆଦି ମାମଲା ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଓଡ଼ିଶା । ଗତ ମାସ ମଧ୍ୟରେ ୨୪୭୩ ଜଣଙ୍କୁ ନିର୍ଯାତନା ମାମଲା ସାମ୍ନାକୁ ଆସିଛି । ଏନେଇ ଆଜି ଗୃହରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ତେବେ ଏହି ନିର୍ଯାତନା ମାମଲା ସାଧାରଣ ଲୋକଙ୍କ ଅପେକ୍ଷା ଏସସି/ଏସଟି ଲୋକଙ୍କ ଉପରେ ଅଧିକ ହୋଇଛି । ଯାଜପୁରରେ ସର୍ବାଧିକ ୨୬୯ଟି ନିର୍ଯାତନା ମାମଲା ରେକର୍ଡ କରାଯାଇଛି । ସେହିପରି କଟକରେ ୧୫୯, ଜଗତସିଂହପୁରରେ ୧୫୭ଟି ମାମଲା ସାମ୍ନାକୁ ଆସିଛି । ଏହି ମାମଲାର ତଦନ୍ତ ଡିଏସପି ପାହ୍ୟାର ଅଧିକାରୀମାନେ କରିଥିବା ମନ୍ତ୍ରୀ କହିଛନ୍ତି ।