fbpx

କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ପ୍ରସଙ୍ଗ, ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ନିଲମ୍ବିତ

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ନିଲମ୍ବନ କରାଯାଇଛି । ଜୁଲାଇ ୯ରୁ ପିଛିଲା ଭାବେ ତାଙ୍କୁ ନିଲମ୍ବନ କରିଛି ସାଧାରଣ ପ୍ରଶାସନ ବିଭାଗ । ଏହାସହ ବିନା ଅନୁମତିରେ ଭୁବନେଶ୍ୱର ନଛାଡ଼ିବାକୁ ବିଭୁ ପ୍ରସାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ଆୟୁଷ ନିର୍ଦ୍ଦେଶକଙ୍କୁ ନିଜ ଅଫିସ ର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା । ସବୁ ତଥ୍ୟକୁ ସାମ୍ନାରେ ରଖି ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଥିଲା ।

ପରେ ତାଙ୍କୁ ଗତ ୧୩ ତାରିଖ ଦିନ ଜାମିନ ମିଳିଥିଲା । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଥିଲା ।

Get real time updates directly on you device, subscribe now.