ଗନ୍ଧରେ ଫାଟୁଛି ବିଟ୍ରେନ ସହର, ରାସ୍ତାରେ ପଡ଼ି ରହିଛି ଅଳିଆ ଆର୍ବଜନା
ବର୍ମିଂଘମ ସହରରେ ଅଳିଆ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ରାସ୍ତାରେ ପଡ଼ି ରହିଛି ଅଳିଆ। ଅଳିଆ ଗନ୍ଧରେ ଚଳିବା ହେଉଛି କଷ୍ଟକର।
ନୂଆଦିଲ୍ଲୀ: ସାଧାରଣରେ ସହରରେ ରହୁଥିବା ଲୋକମାନଙ୍କ ଅଳିଆ ନେବାକୁ ସଫେଇ ଗାଡ଼ି ଆସେ। ଯଦି କୌଣସି କାରଣରୁ ସଫେଇ ଗାଡ଼ି ନଆସିଲା ତେବେ କ’ଣ ହେବ ଆପଣ ଭାବିଛନ୍ତି । ରାସ୍ତା ଘାଟରେ ପଡ଼ି ରହିବ ଅଳିଆ। ତା ସାଙ୍ଗକୁ ଅଳିଆ ପାଇଁ ପରିବେଶ ଦୁଃଗନ୍ଧରେ ଫାଟି ପଡ଼ିବ।
ଗନ୍ଧ ଭିତରେ ଚଳିବା ଲୋକଙ୍କ ପାଇଁ କାଠିକର ପାଠ ହେବ । ଏବେ ଏଭଳି କିଛି ଘଟଣା ଘଟିଛି ଇଂଲଣ୍ଡ ସହରରେ ।ବ୍ରିଟିଶ ସହର ବର୍ମିଂଘମ ଆଜିକାଲି ଅଳିଆ ଗଦାରେ ବୁଡ଼ି ରହିଛି । ଗତ ଚାରି ସପ୍ତାହ ଧରି ସହରରେ ଅଳିଆ ନେବା ବନ୍ଦ ରହିଛି, ଯେଉଁଥି ପାଇଁ୧୭,୦୦୦ ଟନ୍ ଅଳିଆ ରାସ୍ତାରେ ପଡ଼ି ରହିଛି ।
ପରିସ୍ଥିତି ଏପରି ହୋଇଛି ଯେ ପଚିଯାଇଥିବା ଅଳିଆ, ଦୁର୍ଗନ୍ଧରେ ଚଳିବା କଷ୍ଟକର ହେଉଛି । ବର୍ମିଂଘାମର ରାସ୍ତାଗୁଡ଼ିକ ଏବେ ଗାଜିପୁରର ଅଳିଆ ଗଦାଠାରୁ ମଧ୍ୟ ଖରାପ ହୋଇଛି ।
ସହରଟି ଏପରି ଅବସ୍ଥାରେ କାହିଁକି: ପ୍ରକୃତରେ, ବର୍ମିଂଘମ ସହରର ସଫେଇ କର୍ମଚାରୀମାନେ ଚାକିରିରୁ ବହିଷ୍କାର ପ୍ରତିବାଦରେ ଧର୍ମଘଟ କରୁଛନ୍ତି । ଏହି ଧର୍ମଘଟ ଗତ ଚାରି ସପ୍ତାହ ଧରି ଚାଲିଛି । ଏହି ସମୟରେ ରାସ୍ତାରେ ପଡ଼ିଥିବା ଅଳିଆ, ପଚି ଶଢ଼ି ଗନ୍ଧ ହେବାରୁ ଲୋକଙ୍କ ସମସ୍ୟା ବଢ଼ୁଛି ।
ବର୍ମିଂହାମରେ ଏହି ଧର୍ମଘଟ କେବଳ ଲୋକଙ୍କୁ ଅସୁବିଧାରେ ପକାଇନାହିଁ ବରଂ ଅନେକ ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି । ଦି ଗାର୍ଡିଆନର ଏକ ରିପୋର୍ଟରେ, ସହରରେ ରହୁଥିବା ଜଣେ କାର୍ ମରାମତି ବ୍ୟବସାୟୀ ସୁହେଲ ସାଦିକ କହିଛନ୍ତି ଯେ ଅଳିଆ ଆବର୍ଜନା ଯୋଗୁଁ ମୂଷା ତାଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ।
ସାଦିକ କହିଛନ୍ତି ଯେ ଗତ ସପ୍ତାହରେ, ୧୫ଟି କାର ମରାମତି କରାଯାଇଥିଲା ଯାହାର ବ୍ୟାଟେରୀ ତାରଗୁଡ଼ିକୁ ମୂଷାମାନେ ଚୋବାଇ ଦେଇଥିଲେ । ଉଷ୍ମତା ପାଇଁ ମୂଷାମାନେ କାର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ଏହି କାରଣରୁ ସେମାନଙ୍କର ବ୍ୟବସାୟ ମଧ୍ୟ ପ୍ରଭାବିତ ହେଉଛି ।
ଧର୍ମଘଟ ପଛରେ କେବଳ ଅଳିଆ ସଂଗ୍ରହ କର୍ମଚାରୀଙ୍କ ଚାକିରି କାଟ ନୁହେଁ । ଏହି ସମସ୍ୟା ୨୦୧୭ ମସିହାରୁ ଚାଲିଛି, ସେହି ସମୟରେ ବର୍ମିଂଘମରେ ମଧ୍ୟ ଅଳିଆ ଶ୍ରମିକମାନେ ଧର୍ମଘଟ କରିଥିଲେ ।
କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ପାଇଁ ଡବ୍ଲୁଆରସିଓ ଏକ ନୂତନ ପଦବୀ ସୃଷ୍ଟି କରିଥିଲା । କିନ୍ତୁ ଏହି ପଦବୀ ପ୍ରକୃତରେ କର୍ମଚାରୀମାନଙ୍କୁ ଅଧିକ ଦରମା ଦେବାର ଏକ ଉପାୟ ଥିଲା, କୌଣସି ନୂତନ କାମ ସୃଷ୍ଟି କରିବାର ନୁହେଁ ।
ପରେ ପରିଷଦରେ ପୁରୁଷ କର୍ମଚାରୀଙ୍କୁ ଅଧିକ ଦରମା ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ କରିଥିଲେ ମହିଳା କର୍ମଚାରୀ । ହେଲେ ମହିଳା କର୍ମଚାରୀଙ୍କୁ ସମାନ ସୁବିଧା ଯୋଗାଇ ଦିଆଯାଇନଥିଲା । ଯେଉଁ ନିଯୁକ୍ତି ପାଇଁ ପ୍ରାୟ ୧.୧ ବିଲିୟନ କ୍ଷତି ସହିଛି ପରିଷଦ ।
ଏଥିପାଇଁ ବର୍ମିଂଘମ ପରିଷଦ ଏବେ ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ସୃଷ୍ଟି କରିଥିବା ପୋଷ୍ଟଗୁଡିକୁ ହଟାଇବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଧର୍ମଘଟରେ ରହିଛନ୍ତି ସଫେଇ କର୍ମଚାରୀ ।