BREAKING: ବଢ଼ାଅ ରାମ ମନ୍ଦିରର ସୁରକ୍ଷା, ନଚେତ ବମରେ ଉଡ଼ାଇଦେବୁ… ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ Email
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି... କୁହାଯାଇଛି ଯେ ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ।
ଉତ୍ତରପ୍ରଦେଶ: ଅଯୋଧ୍ୟା ରାମ ମନ୍ଦିର ଉଡ଼ାଇବାକୁ ଧମକ। ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍।
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି… କୁହାଯାଇଛି ଯେ ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ। ଏହାସହ ଉତ୍ତର ପ୍ରଦେଶର ୧୦-୧୫ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସରକାରୀ ଇ-ମେଲରେ ଧମକ ମିଳିଛି।
ଗତ ସୋମବାର ରାତିରେ ରାମ ଜନ୍ମଭୂମି ଟ୍ରଷ୍ଟର ମେଲରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ସେଥିରେ ଲେଖାଥିଲା- ମନ୍ଦିରର ସୁରକ୍ଷା ବଢ଼ାଅ।
ଏହା ପରେ ଅଯୋଧ୍ୟାର ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।
ଧମକପୂର୍ଣ୍ଣ ମେଲ୍ ପାଇବା ପରେ, ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଅଯୋଧ୍ୟା ସହିତ, ବାରବାଙ୍କି ଏବଂ ଚନ୍ଦୌଲି ସମେତ ଅନ୍ୟ କେତେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ମିଳିଛି।
ବାରବାଙ୍କି, ଫିରୋଜାବାଦ ଏବଂ ଚନ୍ଦୌଲିର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରିବାକୁ ଧମକପୂର୍ଣ୍ଣ ଏକ ମେଲ୍ ମିଳିଛି। ସୂଚନା ଅନୁଯାୟୀ, ଏହି ମେଲଗୁଡ଼ିକ ତାମିଲନାଡୁରୁ ପଠାଯାଇଛି।
ଅତି କମରେ ୧୦-୧୫ ଜିଲ୍ଲାର ଡିଏମଙ୍କ ସରକାରୀ ସୂଚନା ପ୍ରଣାଳୀରେ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା। ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ପଠାଯାଇଥିବା ମେଲରେ କୁହାଯାଇଛି ଯେ କଲେକ୍ଟରେଟ୍କୁ ବୋମାରେ ଉଡ଼ାଇ ଦିଆଯିବ।