ସମାଧାନ ହେବ ଯାତ୍ରା କଳି, “ନରି ପଣ୍ଡାଙ୍କ ଉପରୁ ଉଠିବ ବୟକଟ୍”
ସୂଚନା ଦେଲେ ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର। ନରି ପଣ୍ଡାଙ୍କ ଉପରୁ ଉଠିବ ବ୍ୟାନ୍।
ଭୁବନେଶ୍ୱର: କିଛି ଦିନର ବାଦ ବିବାଦ ପରେ ସମାଧାନ ଆଡକୁ ଢ଼ଳୁଛି ଯାତ୍ରା କଳି। ନିକଟରେ ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ମାଡ ମାରିବା ଘଟଣା ସାମ୍ନାକୁ ଆସିବା ପରେ ଅନେକ ବାଦ ବିବାଦ ମୁଣ୍ଡ ଟେକିଥିଲା।
ଆଉ ପରେ ଯାତ୍ରା ମାଲିକ ସଂଘ ନରି ପଣ୍ଡାଙ୍କୁ ଯାତ୍ରାରୁ ବ୍ୟାନ୍ କରିଥିଲେ। ଆଉ ତାପରେ ଏହାର ପ୍ରତିବାଦରେ ନ୍ୟାୟ ପାଇଁ ଏକାଠି ହୋଇଥିଲେ କଳାକାର ସଂଘ। ଯାତ୍ରା କଳାକାର ସଂଘ ନରି ପଣ୍ଡାଙ୍କୁ ନ୍ୟାୟ ଦେବା ପାଇଁ ଏକାଠି ହୋଇଥିଲେ।
ତାପରେ ଯାତ୍ରା ମାଲିକ ସଂଘ ଓ କଳାକାର ସଂଘ ମଧ୍ୟରେ ଯୁକ୍ତି ତର୍କ ଦିନକୁ ଦିନ ବଢିବାରେ ଲାଗିଥିଲା। ହେଲେ ଏବେ ଏହି ଘଟଣାରେ ଟିକିଏ ଆଶ୍ୱସ୍ତି ମିଳିଛି। କାରଣ ହାସ୍ୟ ଅଭିନେତା ନରି ପଣ୍ଡା ଯାହାଙ୍କ ପାଇଁ ଏହି ବିବାଦ ମୁଣ୍ଡ ଟେକିଥିଲା, ତାଙ୍କ ଉପରୁ ଯାତ୍ରା ମାଲିକ ସଂଘ ବ୍ୟାନ୍ ହଟାଇ ଦେବା କଥା ସୂଚନା ମିଳିଛି।
ହଁ ନରି ପଣ୍ଡାଙ୍କ ଉପରୁ ବୟକଟ୍ ହଟିବ ବୋଲି କହିଲେ ପବିତ୍ର ପାତ୍ର। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର। କେବଳ ନରି ପଣ୍ଡା ନୁହଁନ୍ତି ତାଙ୍କ ସହ ପ୍ରତାପ ମହାନ୍ତିଙ୍କ ଉପରୁ ମଧ୍ୟ ବୟକଟ୍ ହଟିବ ବୋଲି କହିଛନ୍ତି ପବିତ୍ର।
ଆମେ ସେମାନଙ୍କୁ କୋଳେଇ ଆଣିବୁ। ଆଉ ଯାତ୍ରାରେ କିଛି ସମସ୍ୟା ରହିବନି, ସମାଧାନ ହେବ ଯାତ୍ରା ବିବାଦ। କେବଳ କଳାକାରଙ୍କ ପାଟିରେ ବାଡ଼ବତା ରହୁ। ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ।