(Video) ଅରାଜକତା-ଗୁଳିମାଡ଼-ଚିତ୍କାର, ଭାଇରାଲ ହେଉଛି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ଦୃଶ୍ୟ
କିପରି ଗୁଳିମାଡ଼ କରିଥିଲେ ଆତଙ୍କୀ । ଭାଇରାଲ ହେଉଛି ସେହି ସମୟର ଭିଡିଓ ।
ନୂଆଦିଲ୍ଲୀ: ବୁଧବାର ଦିନ ଦକ୍ଷିଣ କାଶ୍ମୀରର ପହଲଗାମର ବୈସାରନ ଉପତ୍ୟକାରେ ହୋଇଥିବା ଆତଙ୍କୀ ହାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଅନେକ ଲୋକ ନିଜ ପରିଜନଙ୍କୁ ହରାଇ ମର୍ମାହତ ହୋଇଯାଇଛନ୍ତି ।
ଆତଙ୍କବାଦୀଙ୍କ ନିର୍ମମ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ବଞ୍ଚିଥିବା ବ୍ୟକ୍ତି ସେମାନଙ୍କର ଭୟଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଲସ୍କର-ଏ-ତୈବା (LeT) ସହିତ ଜଡିତ ତିନିରୁ ଚାରି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଘଟଣାସ୍ଥଳକୁ ପ୍ରବେଶ କରି ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳିମାଡ଼ କରିଥିଲେ । ଯେଉଁଥିରେ ଅତି କମରେ 26 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ।
ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହେଉଛି । ପର୍ଯ୍ୟଟକମାନେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହିତ ମନୋରମ ଦୃଶ୍ୟ ଉପଭୋଗ କରୁଥିବା ସମୟରେ କିପରି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ସେହି ସମୟର ଭିଡିଓ ଭାଇରାଲ ହେଉଛି । ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏ ଆକ୍ରମଣର ସଠିକ୍ ମୁହୂର୍ତ୍ତକୁ କଏଦ କରିଛି । ଭିଡିଓଗୁଡ଼ିକରେ ଆତଙ୍କିତ ପର୍ଯ୍ୟଟକଙ୍କ ଗୁଳିମାଡ଼ ଏବଂ ଚିତ୍କାର ଶୁଣିବାକୁ ମିଳୁଛି ।
View this post on Instagram
ଯାଓ ଏନେଇ ମୋଦୀଙ୍କୁ କୁହ- ବଞ୍ଚିଥିବା ଲୋକମାନେ ସେମାନଙ୍କର ଭୟଙ୍କର ଅନୁଭୂତି ବର୍ଣ୍ଣନା କରି ସେମାନଙ୍କର ଦୁଃଖଦ ଘଟଣା ବାଣ୍ଟିଥିଲେ । ବଞ୍ଚିଥିବା ଲୋକଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହିଥିଲେ ।
ତାଙ୍କ ସ୍ୱାମୀ ମଞ୍ଜୁନାଥଙ୍କୁ ହରାଇଥିବା ପଲ୍ଲବୀ ପ୍ରକାଶ କରିଛନ୍ତି ଯେ ସେ ଏବଂ ତାଙ୍କର 18 ବର୍ଷୀୟ ପୁଅ ଆତଙ୍କବାଦୀଙ୍କ ସାମ୍ନା କରିଥିଲେ ଏବଂ ମଞ୍ଜୁନାଥଙ୍କ ସହିତ ହତ୍ୟା କରିବାକୁ ଅନୁରୋଧ କରିଥିଲେ । ହେଲେ ଆତଙ୍କବାଦୀ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ହତ୍ୟା କରିବେ ନାହିଁ ଯାହା ଦ୍ୱାରା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ ବିଷୟରେ କହିପାରିବେ ।
ପଲ୍ଲବୀ ନାମକ ଜଣେ ପର୍ଯ୍ୟଟକ ଗଣମାଧ୍ୟମକୁ କହିଛନ୍ତି, “ଆମେ ପହଲଗାମରେ ଅଛୁ, ଏବଂ ମୋ ସ୍ୱାମୀ ମୋ ସାମ୍ନାରେ ମୃତ୍ୟୁବରଣ କରିଛନ୍ତି । ମୁଁ କାନ୍ଦି ପାରିଲି ନାହିଁ କିମ୍ବା ପ୍ରତିକ୍ରିୟା ଦେଇ ପାରିଲି ନାହିଁ – ମୁଁ ବୁଝିପାରିଲି ନାହିଁ ଯେ କ’ଣ ଘଟିଛି । ମୁଁ ମୋର ସ୍ୱାମୀ ମଞ୍ଜୁନାଥ ଏବଂ କର୍ଣ୍ଣାଟକର ଶିବମୋଗାରୁ ଆମର ପୁଅ ଅଭିଜେୟଙ୍କ ସହିତ ଏଠାକୁ ଆସିଥିଲି ।”
“ମୋ ସହିତ ମୋର କାର ଡ୍ରାଇଭର ଥିଲେ, ଯିଏ ଜଣେ ଭଲ ବ୍ୟକ୍ତି । ସେ ମୋତେ କହିଥିଲେ ଯେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି । ଅନ୍ୟ ତିନି ଜଣ, ଯେଉଁମାନେ “ବିସମିଲ୍ଲାହ” କହୁଥିଲେ, ଆମକୁ ସୁରକ୍ଷିତ ସ୍ଥାନକୁ ଯିବାରେ ସାହାଯ୍ୟ କରିଥିଲେ । ମୁଁ ଚାହୁଁଛି ଯେ ମୋ ସ୍ୱାମୀଙ୍କ ମୃତଦେହକୁ ଏୟାରଲିଫ୍ଟ କରାଯାଉ । ଆମେ ତିନିଜଣ ଏକାଠି ଫେରିବା ଉଚିତ ।
“ମୁଁ ଦେଖିଲି ଯେ ତିନିରୁ ଚାରି ଜଣ ଆକ୍ରମଣକାରୀ ଥିଲେ । ମୋ ସ୍ୱାମୀଙ୍କ ମୃତ୍ୟୁ ପରେ, ମୁଁ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସହିତ ମୁହାଁମୁହିଁ ହୋଇ କହିଲି, ‘ ତୁମେ ମୋ ସ୍ୱାମୀଙ୍କୁ ମାରିଛ, ମୋତେ ମଧ୍ୟ ମାରିଦିଅ । “ମୋ ପୁଅ ମଧ୍ୟ ତାଙ୍କୁ ସାମ୍ନା କରି କହିଲା, ‘ତୁମେ କୁକୁର, ତୁମେ ମୋ ବାପାଙ୍କୁ ମାରିଦେଲ ଆମକୁ ମଧ୍ୟ ମାରିଦିଅ । ତେବେ ସେହି ସମୟର ହୃଦୟ ବିଦାରକ ଦୃଶ୍ୟ ଦେଖି ଲୋମ ଟାଙ୍କୁରି ଉଠୁଛି ।
The terrorists came out of nowhere and started attacking innocent citizens.
What Israel did to Palestine, India should do to Pakistan.#PahalgamTerroristAttack pic.twitter.com/ZvMJA5dyL6
— Incognito (@Incognito_qfs) April 22, 2025