ଶ୍ରୀନଗର: ଜମ୍ମୁ-କଶ୍ମୀର ବନ୍ଦପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କରର ଟପ୍ କମାଣ୍ଡର ନିପାତ ହୋଇଥିବା ସୂଚନା ।
ଟପ୍ ଏସ୍କର-ଇ-ତୋଇବା କମାଣ୍ଡର ଅଲତାଫର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗୁରୁବାର ରାତିରୁ ପାକିସ୍ତାନ ପକ୍ଷରୁ ଏଲଓସିରେ ଗୁଳିଚାଳନା କରାଯାଇଥିବାବେଳେ ଏହାର ପାଲଟା ଜବାବ ଦେଇଛି ଭାରତ ।
ସେହିପରି ଆଜି ସକାଳୁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁ ମୁହିଁ ହୋଇଛନ୍ତି । ୨ ଯବାନ ଗୁରୁତର ହୋଇଥିବାବେଳେ ଏବେ ଏସ୍କର କମାଣ୍ଡର ପ୍ରାଣ ହାରିଥିବା ଜଣାପଡ଼ିଛି ।