CM KISAN YOJANA: ଆସନ୍ତାକାଲି ଚାଷୀ ପାଇବେ ସିଏମ୍ କିଷାନ ଟଙ୍କା, ଅକ୍ଷୟ ତୃତୀୟାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

କାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା

ଭୁବନେଶ୍ୱର: ରାଜ୍ୟ ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ ସିଏମ୍ କିଷାନ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ଚାଷୀ ୨ହଜାର ଟଙ୍କା ଲେଖାଏଁ ପାଇବେ ।

ସୂଚନାନୁଯାୟୀ, ୩୦ ଅପ୍ରେଲ ୨୦୨୫ରେ ପଡ଼ୁଛି ଅକ୍ଷୟ ତୃତୀୟା, ଏହି ସିନ ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ସମୁଦାୟ ୧ ହଜାର କୋଟି ଟଙ୍କା । ଏହି ସିଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ମିଳୁଛି ୪ ହଜାର ଟଙ୍କା ।

ସମ୍ବଲପୁରରେ ସିଏମ୍ କିଷାନ ଯୋଜନା ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବ ଆରମ୍ଭ ହୋଇଥିଲା। ନୂଆଖାଇ ଅବସରରେ ଶୁଭାରମ୍ଭ ପାଇଁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ହୋଇଥିଲା ।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଭାସୀ ଜରିଆରେ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରିପରିଷଦ ସଦସ୍ୟ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉପସ୍ଥିତ ଥିଲେ। ସେପ୍ଟେମ୍ବର 8, 2024ରେ ଏହାର ପ୍ରଥମ କିସ୍ତିରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ଖାତାକୁ ୯୨୫ କୋଟି ଟଙ୍କା ପଠାଯାଇଥିଲା।