ବ୍ରହ୍ମପୁର: ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛି ପ୍ରାଗଳପ୍ରେମୀ ।
ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏହି ଲୋମଟାଙ୍କୁଆ ହତ୍ୟାକାଣ୍ଡ ।
ଘର ଭିତରେ ପଡ଼ି ରହିଛି ନାବାଳିକାଙ୍କ ରକ୍ତ ଭିଜା ମୃତଦେହ । ଏକତରଫା ପ୍ରେମରୁ ଏ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ।
ଯୁବକର ଘଣ ଖୋର୍ଦ୍ଧା ଜଟଣୀରେ ବୋଲି ଜଣାପଡ଼ିଛି । କିଛିଦିନ ହେବ ନାବାଳିକାଙ୍କୁ ଉକ୍ତ ଯୁବକ ଏକତରଫା ପ୍ରେମ କରୁଥିଲା ।
ଏ ନେଇ ନାବାଳିକା ଙ୍କ ଘର ଲୋକେ ଥାନାରେ ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ ।