ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ଗ୍ରହଣ କରୁନି ପାକିସ୍ତାନ, ଦେଶରେ ପଶିବାକୁ ଦେଉନି !

ଓ୍ୱାଘା ବର୍ଡର ଛାଡ଼ି ପାକ୍ ଅଧିକାରୀ ଫେରାର। ବର୍ଡର ଗେଟ୍ ଖୋଲୁନି ପାକିସ୍ତାନ।

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ, ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଭାରତରେ ରହୁଥିବା ପାକିସ୍ତାନୀ ଏବେ ପାକିସ୍ତାନ ଫେରୁଛନ୍ତି। ହେଲେ ପାକିସ୍ତାନରେ ବି ସେମାନଙ୍କ ପାଇଁ ସ୍ଥାନ ନାହିଁ।

ସେମାନେ ଏବେ ରହିବେ କେଉଁଠି? କରିବେ କ’ଣ? ନା ଭାରତ ସରକାର ସେମାନଙ୍କୁ ଭାରତରେ ରଖିବାକୁ ଅନୁମତି ଦେବେ ନା ସେମାନେ ନିଜ ଦେଶ ପାକିସ୍ତାନକୁ ଯାଇପାରିବେ। କାରଣ ପାକିସ୍ତାନକୁ ଅଡୁଆ ସାଜିଛନ୍ତି ପାକିସ୍ତାନୀ।

ଏକଥା କହିବାର ମାନେ ହେଉଛି, ଭାରତର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଭାରତ ଛାଡ଼ି ଯେଉଁସବୁ ପାକିସ୍ତାନୀ ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିବାକୁ ଯାଇଛନ୍ତି ସେମାନେ ପାକିସ୍ତାନ ବର୍ଡର ଅତିକ୍ରମ କରିପାରୁନାହାନ୍ତି।

କାରଣ ଓ୍ୱାଘା ବର୍ଡର ଛାଡ଼ି ପାକିସ୍ତାନୀ ଅଧିକାରୀ ଫେରାର ହୋଇଯାଇଛନ୍ତି। ନା ବର୍ଡର ଗେଟ୍ ଖୋଲୁଛନ୍ତି, ନା ନିଜ ଦେଶର ଲୋକଙ୍କ ବର୍ଡର ପାର ହେବାକୁ ଦେଉଛନ୍ତି। ବର୍ଡର ସେପଟେ ନାହାନ୍ତି ପାକ୍ ଅଧିକାରୀ।

ତେଣୁ ଭାରତରୁ ଫେରୁଥିବା ପାକ୍ ନାଗରିକ ବୋର୍ଡରରେ ଅଟକିଛନ୍ତି। ସୀମା ଗେଟ୍ ପାଖରେ ବସିଛନ୍ତି ୩୦ ପାକିସ୍ତାନୀ। ଏଥିରୁ ସ୍ପଷ୍ଟ ହେଉଛି କି ଯେଉଁସବୁ ପାକ୍ ନାଗରିକ ଭାରତରେ ରହୁଥିଲେ, ସେମାନଙ୍କୁ ପୁଣି ଥରେ ନିଜ ଦେଶରେ ପୁରାଇବାକୁ ଚାହୁଁନି ପାକିସ୍ତାନ। ତେଣୁ ସେମାନେ ଏବେ କୋଉ କୂଳର ହେବେ ତାକୁ ନେଇ ଚିନ୍ତାରେ।