Ketu gochar 2025: ସିଂହ ରାଶିକୁ ଗୋଚର କରିବେ କେତୁ, ଏହି ରାଶିର ଖୋଲିବ ଭାଗ୍ୟ

ସିଂହ ରାଶିକୁ କେତୁ ଗୋଚର ପରେ ଲାଭବାନ ହେବେ ଏହି ରାଶି ।

ନୂଆଦିଲ୍ଲୀ: ଖୁବଶୀଘ୍ର ସିଂହ ରାଶିକୁ କେତୁ ଗୋଚର କରିବେ । ଗ୍ରହ ଏବଂ ନକ୍ଷେତ୍ରର ପ୍ରଭାବ ପ୍ରତ୍ୟେକଙ୍କ ଜୀବନରେ ପଡିଥାଏ । ତେବେ କେତୁ ମେ 18 ତାରିଖରେ ସିଂହ ରାଶିକୁ ପ୍ରବେଶ କରିବେ ।

କେତୁ ଗୋଟିଏ ରାଶିରେ 18 ମାସ ଯାଏଁ ବିରାଜମାନ କରିଥାନ୍ତି । ଏହି କାରଣରୁ ଗ୍ରହ ଏବଂ ରାଶି ପରିବର୍ତ୍ତନ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଇଥାଏ ।

ତେବେ ସିଂହ ରାଶିରେ କେତୁ ଗୋଚର ହେବା କାରଣରୁ ଅନେକ ରାଶି ପାଇଁ ଫାଇଦା ହୋଇଥାଏ ।

ମେଷ- କେତୁ ସିଂହ ରାଶିରେ ପ୍ରବେଶ କରିବା ପରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । ସବୁ ସମସ୍ୟାରୁ ମୁକ୍ତି ମିଳିବା ସହିତ ଧନବାନ୍ ହେବ । ପରିବାର ଲୋକଙ୍କ ସହିତ ସୁସମ୍ପର୍କ ରହିବ । ବ୍ୟବସାୟରେ ସଫଳକା ମିଳିବା ସହିତ ସମ୍ପତ୍ତି ମଧ୍ୟ ବଢ଼ିବ ।

ବିଛା- କେତୁ ଗୋଚର ହେବା ପରେ ବିଛା ରାଶିର ବ୍ୟକ୍ତିଙ୍କ ପାଇଁଁ ଭଲ ସମୟ ଆସିବ । ଦରମା ବୃଦ୍ଧି ପାଇବା ସହିତ ପାରିବାରିକ ସମ୍ପର୍କ ମଜଭୁତ ହେବ ।

ମକର-କେତୁ ସିଂହ ରାଶିରେ ପ୍ରବେଶ କରିବା ଦ୍ବାରା ମକର ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବ । ପୁରୁଣା ରୋଗ ଭଲ ହୋଇଯିବ । ନୂଆ ବ୍ୟାପାର ଆରମ୍ଭ କରିପାରିବେ । ଧନ ସଞ୍ଚୟ କରିପାରିବେ । ବଡ଼ ଉପଲବ୍ଧି ମିଳିବ । ଆର୍ଥିକ ବିକାଶ ହେବ ।