fbpx

ସନଥ ଜୟସୁରିୟାଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

କଟକ,୨୨ ।୧୨(ଓଡିଶା ଭାସ୍କର): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ବା ନିର୍ଣ୍ଣାୟକ ମ୍ୟାଚ ଆଜି କଟକ ବାରବାଟୀରେ ଖେଳାଯାଉଛି । ବାରବାଟୀରେ ୨୨ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ରୋହିତ ଶର୍ମା । ଗୋଟିଏ ବର୍ଷରେ ଓପନର ଭାବେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି ରୋହିତ । ସେହିପରି ଭାବେ ରୋହିତ ସନଥ ଜୟସୁରିୟାଙ୍କ ୧୯୯୭ର ରେକର୍ଡ ଭାଙ୍ଗିଛନ୍ତି । ୧୯୯୭ରେ ସର୍ବାଧିକ ୨.୩୮୭ ରନ୍ ରେକର୍ଡ କରିଥିଲେ ଶ୍ରୀଲଙ୍କାର ଜୟସୁରିୟା ।

ତେବେ ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍ । ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ୍ ହରାଇ ୩୧୫ ରନ୍ ସଂଗ୍ରହ କରିଛି ୱେଷ୍ଟଇଣ୍ଡିଜ୍ । ପଦାର୍ପଣ ମ୍ୟାଚରେ ୨ଟି ୱିକେଟ୍ ନେଇଛନ୍ତି ନବଦୀପ ସାଇନି ।

Get real time updates directly on you device, subscribe now.