ଓଡ଼ିଶା ଭାସ୍କର: ଆଜି ମଙ୍ଗଳବାର। ଆଜିର ଦିନରେ ହନୁମାନଙ୍କର ବିଶେଷ ପୂଜା କରାଯାଇଥାଏ। ଏହା ଦ୍ୱାରା ଆମକୁ ଶକ୍ତି ମିଳିଥାଏ । ଏପରି କୁହାଯାଏ ଯେ, ହନୁମାନଙ୍କୁ ପୂଜା କଲେ ସେ ସବୁ ସଙ୍କଟରୁ ରକ୍ଷା କରିଥାନ୍ତି।
ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ଦ୍ୱାଦଶ ନାମ ସ୍ତୋତ୍ର। ଏହାକୁ ପଢିବା ଦ୍ୱାରା ଆପଣ ସବୁ ଭୟକୁ ନିଜ ପାଖରୁ ଦୁରେଇ ପାରିବେ।
“ହନୁମାନଞ୍ଜନାସୁନୁ ର୍ବାୟୁପୁତ୍ରୋ ମହାବଳଃ
ରାମେଷ୍ଟଃ ଫାଲ୍ଗୁନସଖଃ ପିଙ୍ଗାକ୍ଷୋ ଅମିତ ବିକ୍ରମଃ।।
ଉଦଧିକ୍ରମଣଶ୍ଚୈବ ସୀତାଶୋକ ବିନାଶକଃ ।
ଲକ୍ଷ୍ମଣଃ ପ୍ରାଣଦାତାଶ୍ଚ ଦଶଗ୍ରୀବସ୍ୟ ଦର୍ପହା।।
ଦ୍ୱାଦଶ୍ୟୈତାନି ନାମାନି କପିନ୍ଦ୍ରସ୍ୟ ମହାତ୍ମନଃ।
ସ୍ୱାପକାଳେ ପଠେନ୍ନିତ୍ୟଂ ୟାତ୍ରାକାଳେ ବିଶଜଷତଃ।।
ତସ୍ୟ ମୃତ୍ୟୁଭୟଂ ନାସ୍ତି ସର୍ବତ୍ର ବୀଜୟୀ ଭବେତ।
ରାଜଦ୍ୱାରେ ଶତଛମଧ୍ୟେ , ଭୟଂ ନାସ୍ତି କଦାଚନ”।।
#ଅର୍ଥ –
ହନୁମାନ,
ଅଞ୍ଜନୀପୁତ୍ର,
ବାୟୁପୁତ୍ର,
ମହାବଳ,
ରାମେଷ୍ଟଃ (ରାମଙ୍କର ପ୍ରିୟ),
ଫାଲ୍ଗୁନ ସଖ (ଅର୍ଜୁନଙ୍କ ମିତ୍ର),
ପିଙ୍ଗାକ୍ଷ (ବଡ ଲାଲ୍ ଆଖି),
ଅମିତବିକ୍ରମ,
ଉଦଧିକ୍ରମଣ (ସମୂଦ୍ରକୁ ଜିତିଥିବା ବ୍ୟକ୍ତି),
ସୀତା ଶୋକ ବିନାଶକ,
ଲକ୍ଷ୍ମଣ ପ୍ରାଣଦାତା,
ଦଶଗ୍ରୀବ ଦର୍ପହା,
ଏହି ବାରଟି ନାମ ଯେ ରାତ୍ରକାଳେ ପାଠକରେ,
ସେ ଦୁଃସ୍ୱପ୍ନ ଦେଖେନା,
ଯାତ୍ରା କାଳରେ ବା ଯୁଦ୍ଧରେ ତାର ଭୟ ରୁହେନା,
ରାଜକୀୟ ବାଧା ତାର କିଛି ଅନିଷ୍ଟ କରିପାରେନା
ସେ ସବୁଠାରେ ବିଜୟୀ ହୁଏ ।।