ପୂରଣ ହେଲା ସ୍ତ୍ରୀ ମାନଙ୍କ ପ୍ରତିଜ୍ଞା, ୧୫ ଦିନ ପରେ ମଥାରେ ପିନ୍ଧିଲେ ସିନ୍ଦୂର

୧୫ ଦିନ ହେବ ଖାଲି ଥିବା ମଥା ଏବେ ସିନ୍ଦୂରର ଚମକରେ ଝଟକି ଉଠୁଛି।

ବିହାର: ପୂରଣ ହେଲା ସ୍ତ୍ରୀ ମାନଙ୍କ ପ୍ରତିଜ୍ଞା। ୧୫ ଦିନ ପରେ ମଥାରେ ପିନ୍ଧିଲେ ସିନ୍ଦୂର। ଯେଉଁ ମଥା ୧୫ ଦିନ ହେବ ଖାଲି ଥିଲା। ଆଜି ସେହି ମଥାରେ ନାଲି ସିନ୍ଦୂର ଝଟକୁଛି। କାରଣ ପହଲଗାମର ପ୍ରତିଶୋଧ ନେଇଛି ଭାରତ।

ହଁ ୨୨ ଏପ୍ରିଲରେ ପହଲଗାମ ଆତଙ୍କୀ ୨୬ ଜଣ ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲା। ଆଉ ସେହି ଦିନ ଠାରୁ ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ମହିଳା ଦୃଢ଼ ସଂକଳ୍ପ ନେଇଥିଲେ। ଯେପର୍ଯ୍ୟନ୍ତ ସିନ୍ଦୂର ପୋଛି ଥିବା ଆତଙ୍କବାଦୀ ମରିନାହାନ୍ତି, ସେଯାଅଁ ସେମାନେ ମଥାରେ ସିନ୍ଦୂର ପିନ୍ଧିବେନି।

ଅପରେସନ ସିନ୍ଦୂର:   ଆଉ ଯଦି ଦେଖିବା ପହଲଗାମ ପ୍ରତିଶୋଧ ନେବା ପାଇଁ ଭାରତ କଲା ଅପରେସନ ସିନ୍ଦୂର ଏୟାରଷ୍ଟ୍ରାଇକ୍। ଯେଉଁଥିରେ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଗଲା। ଆଉ ଆତଙ୍କବାଦୀଙ୍କୁ ବାଛି ବାଛି ମରାଗଲା।

ସେଥିପାଇଁ ତ ଏ ଅପରେସନର ନାଁ ଥିଲା ଅପରେସନ୍ ସିନ୍ଦୂର। ଆଉ ସେପଟେ ଅପରେସନ ସିନ୍ଦୂର ଆତଙ୍କବାଦୀଙ୍କୁ ନିପାତ କଲେ। ଆଉ ଏପଟେ ମହିଳା ମାନେ ମଥାରେ ସିନ୍ଦୂର ଲଗେଇ ନିଜ ପ୍ରତିଜ୍ଞା ଭଙ୍ଗ କଲେ।

ସିନ୍ଦୂର ପ୍ରତିଜ୍ଞା: ପହଲଗାମରେ ୨୬ ଭାରତୀୟଙ୍କୁ ଆତଙ୍କୀ ହତ୍ୟା କରିବା ପରେ ଦେଶବାସୀଙ୍କ ମଧ୍ୟରେ ଘୋର ଆକ୍ରୋଶ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣରେ ଉଜୁଡିଗଲା ୨୬ ମା’ଙ୍କ ସୁହାଗ ସିନ୍ଦୂର।

ଏହାପରେ  ବିହାର ବୈଶାଳୀ ଜିଲ୍ଲାର ହାଜିପୁର ମହିଳା ନେଲେ ଦୃଢ ସଙ୍କଳ୍ପ। ପହଲଗାମ୍ ଆକ୍ରମଣର ଜବାବ ଦେଇ ୨୬ ନାରୀଙ୍କ ସିନ୍ଦୂରକୁ ନ୍ୟାୟ ନଦେବା ଯାଏଁ ନିଜେ ସିନ୍ଦୂର ପିନ୍ଧିବେ ନାହିଁ ବୋଲି କଲେ ସଙ୍କଳ୍ପ।

ମଙ୍ଗଳବାର ଅଧରାତିରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ଏୟାର ଷ୍ଟ୍ରାଇକ୍ କରିବା ପରେ ଏଠିକାର ମହିଳାଙ୍କ ମଧ୍ୟରେ  ନାହିଁନଥିବା ଖୁସି। ସମସ୍ତେ ଖେଳିଛନ୍ତି ସିନ୍ଦୂର ଖେଳ। ପରସ୍ପରକୁ ପିନ୍ଧାଇଛନ୍ତି ସିନ୍ଦୂର।