(Video) ପାକ୍ ଆର୍ମୀଙ୍କ ଗାଡ଼ି ଉପରେ IED ବ୍ଲାଷ୍ଟ, ୧୨ ସୈନିକ ମୃତ, ଦେଖନ୍ତୁ ଭିଡିଓ
୧୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ, ଦେଖନ୍ତୁ କେମିତି ହେଲା ବ୍ଲାଷ୍ଟ
ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲା ପରେ ପାକିସ୍ତାନର ଖରାପ ସମୟ ଚାଲିଛି। ହମଲା ପରେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏଥିସହ BLA ଦ୍ୱାରା ପାକିସ୍ତାନୀ ସେନାର ଗାଡ଼ି ଉପରେ IED ବ୍ଲାଷ୍ଟ କରାଯାଇଛି। ଏଥିରେ ୧୨ ଜଣ ପାକ୍ ସୈନିକଙ୍କର ମୃତ୍ୟୁ ଘଟିଛି।
ବଲୋଚ ଲିବେରେସନ ଆର୍ମୀର ସ୍ପେସାଲ ଟ୍ୟାକ୍ଟିକଲ ଅପରେସନ ସ୍କ୍ୱାଡ ବୋଲନର ମାଚ କୁଣ୍ଡ ଅଞ୍ଚଳରେ ଏକ ରିମୋଟ କଣ୍ଟ୍ରୋଲ IEDରେ ବଡ଼ ଧମକା କରିଛି। ଏହି ବିସ୍ଫୋରଣ ପାକିସ୍ତାନୀ ସେନାର ଗାଡ଼ି ଉପରେ କରାଯାଇଛି।
ଏଥିରେ ୧୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ସେତେବେଳେ କରାଗଲା ଯେତେବେଳେ ଯବାନ କୋଣସି ମିଲିଟ୍ରୀ ଅପରେସନରେ ଯାଉଥିଲା।
ପାକିସ୍ତାନର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କାଛି ଜିଲ୍ଲାର ମାଚ୍ ଅଞ୍ଚଳରେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରେ ଆଇଇଡି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣ ମଙ୍ଗଳବାର ଦିନ କରାଯାଇଥିଲା। କିନ୍ତୁ ଆକ୍ରମଣର ଫୁଟେଜ୍ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଫୁଟେଜରେ ଦେଖାଯାଉଛି ଯେ ବିସ୍ଫୋରଣ ପରେ, ଗାଡ଼ିରେ ବସିଥିବା ସୈନିକମାନେ ଆକାଶରେ କିଛି ମିଟର ଉଡ଼ିଥିଲେ। ସୈନିକମାନଙ୍କୁ ମଧ୍ୟ ଖଣ୍ଡ ଖଣ୍ଡ କରି ଦିଆଗଲା।
#BREAKING: Baloch Liberation Army’s Special Tactical Operations Squad (STOS) targeted a Pakistan Army vehicle in a remote controlled IED attack in Mach Kund Area of Bolan, while they were preparing military operation. 12 Pakistan Army soldiers neutralised by BLA. pic.twitter.com/2nd3Z9mo9D
— Aditya Raj Kaul (@AdityaRajKaul) May 7, 2025