ମେ’ ୨୭ରେ ମୌସୁମୀ ଛୁଇଁବ କେରଳ, ଏ ବର୍ଷ ଅଧିକ ବର୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ଜଦଲି ଆସିବ ମୌସୁମୀ । ମେ’ ମାସ ଶେଷ ସପ୍ତାହରେ ମୌସୁମୀ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ପାଗ ମେଘୁଆ ଥିବାବେଳେ କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି ।

ହେଲେ ପୂର୍ବ ଭାରତରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ସ୍ଥାନେ ସ୍ଥାନେ ପାରଦ ୪୦ ଡିଗ୍ରୀ ପାର୍ କରିଛି ।

ସୂଚନା ମୁତାବକ ଚଳିତ ବର୍ଷ ମେ’ ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ।

ପୂର୍ବ ଖବର ମୁତାବକ ଜୁନ୍ ପ୍ରତମ ସପ୍ତାହରେ ମୌସୁମୀ କେରଳ ଛୁଇଁବାକୁ ଥିଲା । ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ମୌସୁମୀ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଥିଲା ।