ଓଟିଇଟି ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା, 22 ଯାଏଁ କରିପାରିବେ ଆବେଦନ

ଇନସର୍ଭିସ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଓଟିଇଟି ।

ଭୁବନେଶ୍ବର: ଚିକିରିରେ ରହି ମଧ୍ୟ ଓଟିଇଟି ପରୀକ୍ଷାରେ ଅସଫଳ ହେଉଛନ୍ତି ଶିକ୍ଷକ । ଫଳରେ ଚାକିରିରେ ଇନକ୍ରିମେଣ୍ଟ ସାଙ୍ଗକୁ ସରକାରୀ ଚାକିରିରେ ନିୟମିତ ହେବାରେ ସମସ୍ୟା ଦେଖାଯାଉଛି । ତେବେ ଓଟିଇଟି ପାସ୍ କରିନଥିବା ଶିକ୍ଷକମାନଙ୍କୁ ଯୋଗ୍ୟତା ହାସଲ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଇଚ୍ଛୁକ ଥିବା ଶିକ୍ଷକମାନଙ୍କୁ ଆବେଦନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ଆସନ୍ତା 22 ତାରିଖ ଶେଷ ତାରିଖ ରହିଛି । ଏହି ପରୀକ୍ଷା ଦେଇ 25 ହଜାର ଶିକ୍ଷକ ଓଟିଇଟିରେ କୃତକାର୍ଯ୍ୟ ହେବେ ବୋଲି କୁହାଯାଉଛି ।

ତେବେ ଏହି ପରୀକ୍ଷା 2ଟି ପେପରରେ ହେବ । ନିଜ ଇଚ୍ଛା ଅନୁସାରେ ଶିକ୍ଷକମାନେ ପେପର – ଏବଂ ପେପର-2 ପାଇଁ ଆବେଦନ କରିପାରିବେ ।

150 ମାର୍କର ପରୀକ୍ଷା ହେବାକୁ ଥିବା ବେଳେ ଜେନେରାଲ କ୍ୟାଟେଗୋରୀର ଶିକ୍ଷକଙ୍କ ପାଇଁ ପାସ୍ ନମ୍ବର 90 ରହିଛି । ସେହିପରି ଏସସି, ଏସଟି ଶିକ୍ଷକଙ୍କ ପାଇଁ ପାସ୍ ମାର୍କ 75 ରହିଛି ।

2012 ମସିହାରେ ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଓଟିଇଟି କରିଥିଲେ ସରକାର ।