ଯଜ୍ଞ ଦେଖି ଫେରୁଥିବା ବେଳେ ଓଲଟିଲା ଡାଲା ଅଟୋ, ଚାଲିଗଲା 2ଜଣଙ୍କ ଜୀବନ
କୋଟିନଜଡା ଥାନା ଭେଟିନଈ ନିକଟରେ ସଡ଼କ ଦୁର୍ଘଟଣା ।
ଭୁବନେଶ୍ବର: ଆସିକାରେ ସଡ଼କ ଦୁର୍ଘଟଣା ହୋଇଛି । ଏଥିର 2 ଜଣ ପ୍ରାଣ ହରାଇଥିବା ବେଳେ 14ଜଣ ଆହତ ହୋଇଥିବା ସୂଚନା ରହିଛି ।
ଖବର ଅନୁସାରେ, କୋଟିନଜଡା ଥାନା ଭେଟିନଈ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବା ଜଣାପଡିଛି । ସମସ୍ତ ଯାତ୍ରୀ ସାନଖୋଲି ଗାଁରୁ ଯଜ୍ଞ ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।
ତେବେ ଦୁର୍ଘଟଣାରେ 2ଜଣଙ୍କ ଜୀବନ ଯାଇଥିବା ବେଳେ 14 ଜଣ ଆହତ ହୋଇଛନ୍ତି । ମୃତକ ଦୁହେଁ ମହିଳା ବୋଲି ଜଣାପଡିଛି । ସେମାନଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କିନ୍ତୁ ସେମାନଙ୍କ ଅବସ୍ଥା ଠିକ୍ ନଥିବା କାରଣରୁ 7ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ଖେଳିଯାଇଛି ।