୩ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍, ଘଟଣାସ୍ଥଳରେ ଶିଶୁର ମୃତ୍ୟୁ

ବାଇକ୍‌କୁ ଧକ୍କା ଦେଲା ଲକ୍ଷ୍ମୀ ବସ୍ ।

ଭୁବନେଶ୍ବର: ପୁଣିଥରେ ମୁଣ୍ଡ ନେଲା ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ବସ୍ ଧକ୍କାରେ ଶିଶୁପୁତ୍ର ମୃତ । ଅନ୍ୟପଟେ ମା’ ଓ ବାପା ଗୁରୁତର ଆହତ ହୋଇଛନ୍ତି ।

ଖୋର୍ଦ୍ଧା ଆଦର୍ଶ ଥାନା ବରସାହି କୁମ୍ଭିଲେ ଛକ ନିକଟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ମା’ ଓ ବାପା ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବାଇକ୍‌ରେ ବାପା, ମା’ ଓ ପୁଅ ବରସାହିରୁ ଗଁପୁର ଗ୍ରାମକୁ ଯାଉଥିଲେ । ଏହି ସମୟରେ ସାମ୍ନାପଟୁ ଲକ୍ଷ୍ମୀ ବସ୍ ଧକ୍କା ଦେଇଥିଲା । ବସ ଆଗରେ ଛୁଆ ପିଟି ହେବା କାରଣରୁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଆହତ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ପଠାଯାଇଛି । ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବିଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ୨ଟି ଅଘଟଣ ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।