ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍, ଚାଲିଗଲା ୩ ଜଣଙ୍କ ଜୀବନ
ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।
ଭୁବନେଶ୍ବର: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗଛରେ କାର୍ ପିଟି ହେବା କାରଣରୁ 3ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି ।
ଭାରସାମ୍ୟ ହରାଇଲା କାର୍- ବୈପାରୀଗୁଡ଼ା ଥାନା ଚନ୍ଦ୍ରପଡ଼ା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହେବା କାରଣରୁ 3ଜଣଙ୍କ ଜୀବନ ଯାଇଛି ।
ଖବର ଅନୁସାରେ, କାର୍ରେ ନୟାଗଡ଼ରୁ ମାଲକାନଗିରି ଯାଉଥିଲେ ୬ ଜଣ । ତେବେ ସଡ଼କ ଦୁର୍ଘଟଣାରେ 3ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ମୃତଦେହ ଉଦ୍ଧାର କରିଛି । ଭାରସାମ୍ୟ ହରାଇ ଦୁର୍ଘଟଣା ନା ଅନ୍ୟ କିଛି କାରଣ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।