ରାସ୍ତାରୁ ମିଳିଲା ବୋମା, ଥରହର ଲୋକେ
ପିପିଲି ରାସ୍ତାକଡରୁ ମିଳିଛି ବୋମା ଭର୍ତ୍ତି ବ୍ୟାଗ, ଟୋଲପ୍ଲାଜା ନିକଟ ଓରକଳ ରାସ୍ତାରୁ ଏହି ବ୍ୟାଗକୁ କରାଯାଇଛି ଜବତ
ଓଡିଶା ଭାସ୍କର: ଦିନକୁ ଦିନ ଲୋକମାନେ ବହୁତ ହିଂସ୍ର ହୋଇଯାଉଛନ୍ତି। ଲୋକଙ୍କ ଜୀବନ ନେବା ଯେମିତି ହୋଇଯାଇଛି ଏକ ସାଧାରଣ କଥା। କେହି କାହାକୁ ଛୁରୀରେ ଭୁସି ମାରିଦେଉଛି ତ କିଏ ବୋମା ପକେଇ ସବୁ ଉଡେଇଦେଉଛି। ଆଜି ମଧ୍ୟ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ପିପିଲି ଟୋଲପ୍ଲାଜା ନିକଟବର୍ତ୍ତୀ ଓରକଳ ରାସ୍ତାରେ।
ବୋମା ଭର୍ତ୍ତି ଥିବା ବ୍ୟାଗ ସେଠାରୁ ଜବତ କରାଯାଇଛି। ବ୍ୟାଗରେ 5ରୁ ଅଧିକ ବୋମା ଥିବା ସନ୍ଦେହ ମଧ୍ୟ କରାଯାଉଛି। ତେବେ ଏଠି ପ୍ରଶ୍ନ ଏତେ ବୋମା ଆସିଲା କୁଆଡୁ ? ଆଉ ଏହି ବୋମା ଯାଉଛି କୁଆଡେ ?