ଭୁବନେଶ୍ୱର: ଦୂର ହେଲା ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ସମସ୍ୟା । ୧୦୮ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିର ହେଲା ।
ସମ୍ଭାବ୍ୟ ପ୍ରସବର ୩ ମାସ ପୂର୍ବରୁ ନେଇ ହେବ ଛୁଟି । ପ୍ରସବ ତାରିଖର ୬ ମାସ ମଧ୍ୟରେ କର୍ମଚାରୀଙ୍କୁ ମିଳିବ ଛୁଟି ଅନୁମତି ।
ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ଏହି ଛୁଟି ନେଇପାରିବେ ଗର୍ଭବତୀ କର୍ମଚାରୀ ।
ଶିଶୁର ପ୍ରସବ ଯେକୌଣସି ସ୍ୱୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।