fbpx

ଅପରାହ୍ନ ୫.୩୦ ସୁଦ୍ଧା ୧୮ଜିଲ୍ଲା ସାବଧାନ!

ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ଶ୍ରାବଣ ମାସରେ ହଜିଯାଇଛି ବର୍ଷା । ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ବର୍ଷା ହେବାର ନାଁ ଗନ୍ଧ ନାହିଁ । କିନ୍ତୁ ଏହାରି ମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ ସୁଦ୍ଧା ୧୮ଜିଲ୍ଲାକୁ ବର୍ଷା ଓ ବଜ୍ରପାତକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ୧୮ଜିଲ୍ଲାଗୁଡ଼ିକ ହେଉଛି ମୟୁରଭଞ୍ଜ, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, ନୟାଗଡ଼, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା । ଏହି ସବୁ ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.