fbpx

ପରଲୋକରେ ବଲିଉଡରେ ଲୋକପ୍ରିୟ ଅଭିନେତ୍ରୀ କୁମକୁମ୍

ମୁମ୍ବାଇ,୨୮ ।୭: ବଲିଉଡ ଜଗତର ବହୁ ଲୋକପ୍ରିୟ ଅଭିନେତ୍ରୀ କୁମକୁମଙ୍କର ଆଜି ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ବହୁଦିନ ହେବ ସେ ରୋଗାକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ । ସେ ଶତାଧିକ ହିନ୍ଦୀ ଓ ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରିଥଲେ । କୁମକୁମଙ୍କ ଚର୍ଚ୍ଚିତ ଚଳଚ୍ଚିତ୍ର ହେଉଛି- ମଦର ଇଣ୍ଡିଆ, କୋହିନୂର, ଉଜାଲା, ଏକ ସପେରା ଏକ ଲୁଟେରା, ନୟା ଦୌର, ମିଷ୍ଟର ଏକ୍ସ ଇନ ବମ୍ବେ, ସନ୍ ଅଫ୍ ଇଣ୍ଡିଆ, ଶ୍ରୀମାନ ଫଣ୍ଟୁସ । ତେବେ କୁମକୁମଙ୍କ ମୃତ୍ୟୁ ଖବର ଅଭିନେତା ଜନି ୱାକରଙ୍କ ପୁଅ ନାସିର ଟ୍ୱିଟର ଜରିଆରେ ଦେଇଛନ୍ତି । କୁମକୁମଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.