ଖାକିରେ କଳଙ୍କ… ୫୦୦୦ ଟଙ୍କା ନେଇ ବନ୍ଧାହେଲେ ତିଗିରିଆ ASI

ଆଠଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ଏଏସଆଇ । ତିଗିରିଆ ଥାନା ଏଏସଆଇ ପ୍ରଦୀପ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ ।

ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଏକ ମାମଲା ତଫାଦଫା କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

ବହୁଦିନ ପୂର୍ବରୁ ପ୍ରଦୀପଙ୍କ ନାଁରେ ଅଭିଯୋଗ ଆସିଥିଲେ ସୁଦ୍ଧା ସେ ଧରା ପଡ଼ୁ ନ ଥିଲେ । ବହୁ ଦିନରୁ ଭିଜିଲାନ୍ସ ଟିମ୍ ନଜରରେ ପ୍ରଦୀପ ଥିଲେ ।

ବହୁ ସମୟରେ ଥାନା ଅଧିକାରୀଙ୍କ ନାଁରେ ସମାନ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି ।