ବାସ୍ତୁ ଅନୁସାରେ ଏପରି କରନ୍ତୁ ଘରର ମୁଖ୍ୟ ପ୍ରବେଶ ଦ୍ୱାର… ହୁଏ ସୁଖ ସମୃଦ୍ଧି ବୃଦ୍ଧି

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାର କେବଳ ପ୍ରବେଶ ବା ପ୍ରସ୍ଥାନର ବାଟ ନୁହେଁ, ବରଂ ଏହି ବାଟରେ ମାତା ଲକ୍ଷ୍ମୀ ଏବଂ ସକାରାତ୍ମକ ଶକ୍ତିର ମଧ୍ୟ ହୋଇଥାଏ ପ୍ରବେଶ ।

ଓଡ଼ିଶା ଭସ୍କର: ଘରେ ସୁଖ, ପ୍ରଗତି ଏବଂ ସମୃଦ୍ଧି କିଏ ନ ଚାହେଁ? କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଏସବୁ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦେଇ ଭିତରକୁ ଯାଏ ?

ଯଦି ଏହି ଦ୍ୱାରଟି ବାସ୍ତୁ ନୀତି ଅନୁସାରେ ନିର୍ମିତ ଏବଂ ସଜାଯାଇଥାଏ, ତେବେ ଘରେ କେବେବି ଟଙ୍କାର ଅଭାବ କିମ୍ବା ନକାରାତ୍ମକତା ଦେଖାଦେଇନଥାଏ। ସେହିପରି, ଯଦି ଘରର ମୁଖ୍ୟ ଦ୍ୱାର ସମ୍ମୁଖ ଅପରିଷ୍କାର କିମ୍ବା କୌଣସି ବାସ୍ତୁ ଦୋଷ ଥାଏ, ତେବେ ଏହା ସିଧାସଳଖ ଆପଣଙ୍କ ପ୍ରଗତି, ସମ୍ପର୍କ ଏବଂ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରେ। ଏପରି ପରିସ୍ଥିତିରେ, ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା କିଛି ସହଜ ସମାଧାନ ବିଷୟରେ ଜାଣନ୍ତୁ, ଯାହା ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଭରି ଦେବ ।

  1. ମୁଖ୍ୟ ଦ୍ବାରକୁ ସଫା ସୁତୁରା ଏବଂ ସଜେଇକି ରଖନ୍ତୁ

ମୁଖ୍ୟ ଦ୍ବାରରେ ଜୋତା ଏବଂ ଚପଲ କେବେ ବିଛେଇକି ରଖିବା ଉଚିତ୍ ନୁହେଁ। ଦ୍ୱାର ପାଖରେ କୌଣସି ପ୍ରକାରର ମାଟି, ଅଳିଆ କିମ୍ବା ଗଛର ଛାଇ ରହିବା ଉଚିତ୍ ନୁହେଁ। ମୁଖ୍ୟ ଫାଟକକୁ ଅନ୍ଧାରରେ ରହିବାକୁ ଦିଅନ୍ତୁ ନାହିଁ, ବିଶେଷକରି ସନ୍ଧ୍ୟାରେ। ଏଠାରେ ଭଲ ଆଲୋକ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରେ।

  1. ପ୍ରତିଦିନ ସକାଳେ ଦ୍ବାର ସମ୍ମୁଖରେ ପାଣି ଛିଞ୍ଚନ୍ତୁ

ସକାଳେ ଶୀଘ୍ର ଉଠି, ଏକ ପାତ୍ରରେ ପାଣି ନିଅନ୍ତୁ । ଏବଂ ସେଥିରେ କିଛି ଗଙ୍ଗା ଜଳ କିମ୍ବା ହଳଦୀ କିମ୍ବା ଗାଈ ଗୋବର ମିଶାନ୍ତୁ ଏବଂ ଏହି ପାଣିକୁ ମୁଖ୍ୟ ଦ୍ୱାରରେ ଛିଞ୍ଚନ୍ତୁ। ଏହି କାମ ସକାଳ 6 ରୁ 7 ମଧ୍ୟରେ କରନ୍ତୁ। ଏହା ଘରେ ଶାନ୍ତି ବଜାୟ ରଖେ ଏବଂ ଟଙ୍କାର ଅଭାବ କେବେ ବି ହୋଇନଥାଏ ।

  1. ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ

ମୁଖ୍ୟ ପ୍ରବେଶ ଦ୍ୱାରରେ ସ୍ବସ୍ତିକ ହେଉ ଅବା ଓମ୍‌ କିମ୍ବା କଳସ ଭଳି ଯେ କୌଣସି ମାଙ୍ଗଳିକ ଚିହ୍ନ କରିବା ଘର ପାଇଁ ଶୁଭ ହୋଇଥାଏ। ତେବେ ଏହି ସ୍ବସ୍ତିକ ଚିହ୍ନ ମୁଖ୍ୟ ଦ୍ୱାରର ଉଭୟ ପାର୍ଶ୍ୱରେ ହଳଦୀ କିମ୍ବା କୁଙ୍କୁମରେ କରିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ। ଏହା ନକାରାତ୍ମକତାକୁ ଦୂର କରି ସକାରାତ୍ମକ ଶକ୍ତିକୁ ଆକର୍ଷିତ କରେ। ଏହା ସହିତ, ସବୁବେଳେ ଦ୍ୱାର ଚାରିପାଖ, ପରିଷ୍କାର ପରିଚ୍ଛନ୍ନତା ଏବଂ ସାଜସଜ୍ଜା ବଜାୟ ରଖନ୍ତୁ।

  1. ଘୋଡାର ନାଲ ଲଗାନ୍ତୁ

ଶୁକ୍ରବାର ଦିନ ଏକ ଘୋଡାର ନାଲ ଆଣନ୍ତୁ । ଏହାକୁ ରାତିସାରା ସୋରିଷ ତେଲରେ ବୁଡ଼ାଇ ରଖନ୍ତୁ ଏବଂ ଶନିବାର ଦିନ ମୁଖ୍ୟ ଦ୍ୱାରରେ ବା ମେନ ଗେଟରେ ଲଗାଇ ଦିଅନ୍ତୁ । ଏହା କରିବା ଦ୍ବାରା ଶନି ଦଶା କଟେ ଏବଂ ଘରେ ଥିବା ବାଧାକୁ ଦୂର କରେ।

  1. ଘର ସମ୍ମୁଖରେ ୱିଣ୍ଡ ଚାଇମ୍ ଲଗାନ୍ତୁ, ଆସେ ସୁଖ ଶାନ୍ତି

ଆପଣଙ୍କ ଦ୍ୱାରରେ ଏକ ୱିଣ୍ଡ ଚାଇମ୍ ଲଗାନ୍ତୁ । ଯାହା ପବନ ବହିଲେ ଏକ ମଧୁର ଶବ୍ଦ କରିବ। ଏହାର ଶବ୍ଦ ଘରେ ସକାରାତ୍ମକ ଉର୍ଜ୍ଜା ଭରିଦିଏ। ଘରର ଦ୍ୱାରରେ କୌଣସି ଭଙ୍ଗା ତାଲା, ଫାଟ କିମ୍ବା ଭଙ୍ଗାରୁଜା ଜିନିଷ ଯେପରି ନ ରୁହେ, ସେଥିପ୍ରତି ସବୁବେଳେ ଧ୍ୟାନ ରଖିବେ ।

  1. ଘର ସମ୍ମୁଖରେ ଏକ କାଚ ପାତ୍ର କିମ୍ବା ଗଛ ରଖନ୍ତୁ

ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ଏକ କାଚ ପାତ୍ର ରଖନ୍ତୁ । ଯେଉଁଥିରେ ପାଣି, ଫୁଲ କିମ୍ବା ସବୁଜ ଗଛ ଲଗା ହୋଇଥିବ। ଏହି ଉପାୟ ନା କେବଳ ବାସ୍ତୁରେ ଶୁଭ ମାନାଯାଏ ବରଂ ଏହା ଘରେ ସ୍ୱସ୍ଥ ବା ନିରୋଗ ଜୀବନଯାପନ ନିଶ୍ଚିତ କରେ ଏବଂ ସମୃଦ୍ଧି ମଧ୍ୟ ଆଣିଥାଏ।

  1. ଦ୍ୱାରର ରଙ୍ଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ

ବାସ୍ତୁ ଅନୁସାରେ, ହଳଦିଆ, ଧଳା କିମ୍ବା ମାଟିଆ ରଙ୍ଗ ଦ୍ୱାର ପାଇଁ ଶୁଭ ବୋଲି ମାନାଯାଏ। ଏହି ରଙ୍ଗଗୁଡ଼ିକ ଉର୍ଜ୍ଜା ଏବଂ ସମୃଦ୍ଧିକୁ ଆକର୍ଷଣ କରେ। କଳା ରଙ୍ଗର ଦ୍ୱାର ନକାରାତ୍ମକତା ବୃଦ୍ଧି କରିପାରେ, ତେଣୁ ଏହି ରଙ୍ଗଠୁ ଦୂରେଇ ରୁହନ୍ତୁ ।

  1. ଗଣେଶଙ୍କ ବସିଥିବା ମୂର୍ତ୍ତି ଦ୍ବାରଦେଶରେ ଲଗାନ୍ତୁ

ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାନ୍ତୁ କିନ୍ତୁ ମନେରଖନ୍ତୁ ଯେ, ଗଣେଶ ଜୀ ବସିଥିବା ମୁଦ୍ରାରେ ରହିବା ଉଚିତ୍। ଦ୍ୱାରରେ ଠିଆ ହୋଇଥିବା ଗଣେଶଙ୍କୁ ରଖିବା ଶୁଭ ବୋଲି ମାନାଯାଏ ନାହିଁ।

ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଘରେ ସର୍ବଦା ସୁଖ ଏବଂ ସମୃଦ୍ଧି ରହୁ, ତେବେ ଉପରେ ଦିଆଯାଇଥିବା ବାସ୍ତୁ ଉପଚାରଗୁଡ଼ିକୁ ନିଶ୍ଚିତ ଭାବରେ ଫଲୋ କରନ୍ତୁ ବା ଗ୍ରହଣ କରନ୍ତୁ ।