ପରିକ୍ରମା ପ୍ରକଳ୍ପ ବେଳେ ମଠ, ମନ୍ଦିର ଭାଙ୍ଗିଥିଲେ ପୂର୍ବ ସରକାର, ଏବେ ପୁନର୍ବାସ କରିବେ ନୂଆ ସରକାର
ପୁରୀରେ ଭଙ୍ଗାଯାଇଥିବା ମଠର ହେବ ପୁନର୍ବାସ।
ପୁରୀ: ଭଙ୍ଗାଯାଇଥିବା ମଠର ହେବ ପୁନର୍ବାସ। ଜଗନ୍ନାଥ ଧାମ ପୁରୀରେ ପୂର୍ବ ସରକାର ପରିକ୍ରମା ପ୍ରକଳ୍ପ ବେଳେ ଅନେକ ମଠ, ମନ୍ଦିରକୁ ଭାଙ୍ଗି ଦେଇଥିଲେ। ହେଲେ ଏବେ ସରକାର ବଦଳିବା ସହ ପୁଣିଥରେ ମଠ,ମନ୍ଦିର ପୁନର୍ବାସ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର।
ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ, ମନ୍ଦିର ହେବ ପୁନର୍ବାସ। ଗୋଟିଏ ସ୍ଥାନରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ। ଗୋଟିଏ ସ୍ଥାନରେ ବିଜେସ୍ଥଳୀ ରହିଲେ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଏନେଇ ଦେବୋତ୍ତର କମିଶନଙ୍କ ସହ ୨ ଥର ବୈଠକ ହୋଇଛି। ବୈଠକରେ ଆଲୋଚନା ହେବା ପରେ ନିଷ୍କର୍ଶ ବାହାରିଛି। ଏକାଠି ସବୁ ମଠର ବିଜେ ସ୍ଥଳି ରଖାଯିବାକୁ ଯୋଜନା ହୋଇଛି।
ପୁରୀରେ ଜାଗା ଚିହ୍ନଟ ହୋଇଛି। ଗୋଟିଏ ଜାଗାରେ ବିଜେସ୍ଥଳୀ ରହିଲେ ଭକ୍ତଙ୍କ ଦର୍ଶନ ସୁବିଧା ହେବ। ମଠ ପୁନଃର୍ବାସ କରିବେ ରାଜ୍ୟେ ସରକାର। ୧୯ଟି ମଠକୁ ପୁନଃବାସ କରିବେ ସରକାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା। ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ।