ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ମିଳିବ ୩୦ ଲକ୍ଷ ସହାୟତା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୋହନ ସରକାର । ୩୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ଘଟଣାସ୍ଥଳକୁ ଯାଇ ଅଦିକ ତଦନ୍ତ କରିବାକୁ ପିସିସିଏଫକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝୀ । ମୃତକ ଜଣକ ହେଲେ ହିନ୍ଦୋଳ ରେଞ୍ଜର କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ ।

ପାଟ୍ରୋଲିଂ ବେଳେ ଶିକାରୀଙ୍କ ଗୁଳିରେ ପ୍ରହ୍ଲାଦଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।