କଦଳୀ ଦେଇ ୩ ବର୍ଷର ଝିଅକୁ ଦୁଷ୍କର୍ମ କଲା ଯୌନ ରାକ୍ଷସ, ବୁଦାରୁ ମିଳିଲା ମୃତଦେହ
ବର୍ବରତା ସବୁ ସୀମା ଟପିଲା । କୁନି ଝିଅ ଶରୀରକୁ ଝିଣିପକାଇଲା କାମାନ୍ଧ ।
ଅମରାବତୀ: ଆନ୍ଧ୍ରପ୍ରଦେଶ ୱାଇଏସଆର କଡପା ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା । ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ଖସିଯିବ ମାଟି ।
ମାତ୍ର ୩ ବର୍ଷର ଝିଅ ସହ ଦୁଷ୍କର୍ମ କରିବା ସହ ତାକୁ ହତ୍ୟା କରାଯାଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ରହମତୁଲ୍ଲା ଏବେ ପୋଲିସ ହେପାଜତରେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସମ୍ପର୍କୀୟଙ୍କ ବାହାଘରେ ସାମିଲ ହେବା ପାଇଁ କୁନି ଝିଅଟି ପରିବାର ଲୋକଙ୍କ ସହ ଯାଇଥିଲା । ସେଠାରେ ଘର ବାହାରେ ଖେଳୁଥିବାବେଳେ ଅଭିଯୁକ୍ତ ରହମାତୁଲ୍ଲା ତାକୁ ଡାକିନେଇଥିଲା ।
କଦଳୀ ବାହାନାରେ ଅଭିଯୁକ୍ତ କୁନି ଝିଅଟିକୁ ଏକ ନିଛାଟିଆ ଜାଗାକୁ ନେଇଥିଲା । ସେଠାରେ କୁନି ଝିଅକୁ ରେପ୍ କରିବା ପରେ ତାକୁ ହତ୍ୟା କରିଥିଲା ।
ଝିଅକୁ ନ ପାଇ ଘର ଲୋକେ ଖୋଜିବାକୁ ଲାଗିଲେ । ପରଦିନ କୁନିଝିଅର ମୃତଦେହ ଘରପାଖ ଏକ ବୁଦାରେ ପଡ଼ିଥିବା ମିଳିଲା । ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ ।
ଏହାପରେ ଗାଁ ଲୋକେ କୁନି ଝିଅକୁ ଶେଷ ଥର ପାଇଁ ରହମାତୁଲ୍ଲାଙ୍କୁ ଦେଖିଥିବାରୁ, ଅଭିଯୁକ୍ତକୁ ଗାଁ ଲୋକେ ଧରେଇ ଦେଇଛନ୍ତି ।