ଲୋମ ଟାଙ୍କୁରା ଘଟଣା..ମହିଳାଙ୍କୁ ଗଣଦୁଷ୍କର୍ମ ପରେ ପ୍ରାଇଭେଟ ପାର୍ଟରେ ରଡ୍ ପୁରାଇ…

ପ୍ରାଇଭେଟ୍ ପାର୍ଟରେ ରଡ୍ ପୁରାଇ ଗର୍ଭାଶୟ ବାହାର କରିଦେଲେ ଦୁର୍ବୃତ୍ତ ।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଗ୍ରାମାଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ପରି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମର ଏକ ଘୃଣ୍ୟ ଘଟଣା ଘଟିଛି ।

କେବଳ ଏତିକି ନୁହେଁ, ବଳାତ୍କାରୀ ସମସ୍ତ ସୀମା ପାର କରି ମହିଳାଙ୍କ ଗୁପ୍ତାଙ୍ଗରେ ଏକ ରଡ୍ ଏବଂ କାଠ ପ୍ରବେଶ କରାଇ ଗର୍ଭାଶୟ ବାହାର କରିଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହି ଲୋମହର୍ଷଣକାରୀ ଘଟଣା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି ।

ଅଭିଯୁକ୍ତଙ୍କ ଘରେ ଯନ୍ତ୍ରଣାରେ ଛଟପଟ ମହିଳା- କୁହାଯାଉଛି ଯେ ମୃତକ ଦୁଇ ପିଲାର ମାଆ ଥିଲେ । ଗଣଦୁଷ୍କର୍ମ ପରେ, ଅଭିଯୁକ୍ତମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ସେଠାରେ ଛାଡି ପଳାଇ ଯାଇଥିଲେ ଏବଂ ମହିଳା ଜଣକ ତଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

କିଛି ସମୟ ପରେ, ସମୟାନୁସାରେ ଚିକିତ୍ସା ନ ପାଇବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଦିନ ପ୍ରାୟ ୧ଟା ସମୟରେ ଆଦିବାସୀ ଅଞ୍ଚଳ ଖାଲୱା ଥାନା ଅଞ୍ଚଳ ଅନ୍ତର୍ଗତ ରୋଶନି ଚୌକି ପୋଲିସ ଅଞ୍ଚଳରେ ଏହି ଘଟଣା ଘଟିଛି ।
ଏହି ମାମଲାରେ, ପୋଲିସ ସେହି ଗାଁର ଦୁଇ ଜଣଙ୍କୁ ଗିରଫ କରିଛି । ହରି ପାଲଭି ଏବଂ ସୁନୀଲ ଧୁର୍ଭେ, ଯେଉଁମାନେ ମହିଳାଙ୍କ ପରିଚିତ ଥିଲେ ।

ମହିଳା ଖୋଲିଥିଲେ ଗୁମର- ଗାଁ ଲୋକଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ହରି ପାଲଭିଙ୍କ ଘରେ ମହିଳା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଯେତେବେଳେ ସେ ଚେତା ଫେରିଲେ, ସେ କହିଲେ ଯେ ତାଙ୍କ ସହିତ କିଛି ଭୁଲ ଘଟିଛି ।

ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା, କିନ୍ତୁ ଏହି ସମୟ ମଧ୍ୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତଦେହକୁ ଖାଲୱା ହସ୍ପିଟାଲରୁ ଖଣ୍ଡୱା ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ଯେଉଁଠାରେ ମେଡିକାଲ କଲେଜର ଫୋରେନସିକ୍ ବିଭାଗର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ପୋଷ୍ଟମର୍ଟମ୍ କରାଯାଉଥିବା ନେଇ ଖବର ରହିଛି ।