ରାତି ପାହିଲେ ସାବିତ୍ରୀ ବ୍ରତ, ଫଳରୁ ପୂଜା ସାମଗ୍ରୀ, ସାଢୀରୁ ଶଙ୍ଖା, ସିନ୍ଦୂର ସବୁଠି ଚଢ଼ା ଦର
ଫଳ ବଜାରରେ ଲାଗିଛି ନିଆଁ।
ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ। ଫଳରୁ ପୂଜା ସାମଗ୍ରୀ, ସାଢୀରୁ ଶଙ୍ଖା, ସିନ୍ଦୂର ସବୁ ଦରକାର। କାହିଁକି ନା ଏହି ବ୍ରତ ପ୍ରତ୍ୟେକ ସଧବା ନାରୀ ପାଇଁ ବୋହୁତ ମୂଲ୍ୟବାନ। ଏଥିପାଇଁ ପୂଜାରେ ବିଶେଷ ଦରକାର ଫଳ, ମୂଳ। ହେଲେ ଫଳରେ ହାତ ଦେବାକୁ ଲାଗୁଛି ଡ଼ର।
ଫଳ ବଜାରରେ ଲାଗିଛି ନିଆଁ। ଯେଉଁ ଫଳ ଉପରେ ହାତ ଦେବେ ତାହା ଦାମ୍ ୧୦୦ ରୁ ଅଧିକ। ହାତରେ ଆଉ ସମୟ ନଥିବାରୁ ବଜାରରେ ଗହଳି। ଟ୍ୱିନସିଟି କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ସାବିତ୍ରୀ ପାଇଁ ବଜାର ଭିଡ଼।
ବର୍ଷା ସତ୍ତ୍ୱେ ଫଳ ଦୋକାନରେ ଗ୍ରାହକଙ୍କ ଭିଡ଼। ଯେହେତୁ କଦଳୀ ଏବଂ ଲିଚୁ ବଜାରରେ କମ୍ ରହିଛି ତେଣୁ ଦାମ୍ ଟିକେ ବଢ଼ିଛି। ହେଲେ ଦାମ୍ ବଢିବା ସତ୍ତ୍ୱେ ମଧ୍ୟ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ।
କିଲେ ଜାଗାରେ ଅଧକିଲୋ କିଣୁଛନ୍ତି ସତ, କିନ୍ତୁ ଯାହାବି ହେଲେ ସାଙ୍ଗରେ ନେଇକି ଯାଉଛନ୍ତି। ହେଲେ ଏହି ଚଢ଼ା ଦର ଗ୍ରାହକଙ୍କ ପକେଟକୁ ଖୁବ୍ ବାଧୁଛି। ଯଦି ଦେଖିବା ଦେଶୀ କଦଳୀ କେଜି ପ୍ରତି ଦର ରହିଛି ୧୫୦ ରୁ ୧୮୦ ଟଙ୍କା।
ଠିକ୍ ସେହିପରି ନିଚୁ ଛୁଇଁଛି ୩୦୦ ଟଙ୍କା। ଆମ୍ୱକୁ ଛାଡ଼ି ବାକି ସବୁ କିଷମର ଫଳ ପ୍ରାୟ ଆକାଶ ଛୁଆଁ। ଆମ୍ୱ କେଜି ୧୦୦ ଟଙ୍କା ଥିବାବେଳେ, ସେଓ କିଲୋ ୨୫୦ରୁ ୪୦୦। ପିଜୁଳି କିଲୋ ୧୦୦ରୁ ଅଧିକ। ସପୁରୀ ଗୋଟା ୭୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। କମଳା ୧୫୦ ଟଙ୍କା। ଅଙ୍ଗୁରୁ କେଜି ୨୫୦ ଟଙ୍କାରେ ବିକ୍ରି ହେଉଛି।