୯୦ ବର୍ଷର ବାପାଙ୍କୁ ୪ ପୁଅ ମିଶି କରାଇଲେ ବିବାହ, କନ୍ୟାଙ୍କୁ ଦେଲେ ଏତିକି ସୁନା
ପାକିସ୍ତାନରେ ୯୦ ବର୍ଷର ମୌଲାନା କଲେ ଦ୍ୱିତୀୟ ବିବାହ
ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୯୦ ବର୍ଷୀୟ ମୋଲାନା ସୈଫୁଲା ନିଜର ଦ୍ୱିତୀୟ ବିବାହ କରିଛନ୍ତି।
ଏହି ମୌଲାନାଙ୍କୁ ତାଙ୍କ ନିଜର ୪ଜଣ ପୁଅ ମିଶି ବିବାହ କରାଇଛନ୍ତି। ସେ ନିଜ ନାତି-ନାତୁଣୀ ଏବଂ ପିଲାଙ୍କ ସାମ୍ନାରେ କବୁଲ କରିଛନ୍ତି। ରିପୋର୍ଟ ମୁତାବକ, ସୈଫୁଲାହଙ୍କ ପାଇଁ ତାଙ୍କ ନିଜ ପୁଅମାନେ ଝିଅ ଖୋଜୁଥିଲେ। କନ୍ୟା ମିଳିସାରିବା ପରେ ପୁଅମାନେ ସମ୍ମାନର ସହ ନିଜ ବାପାଙ୍କର ବିବାହ କରାଇଥିଲେ।
ପୁଅମାନଙ୍କ କହିବାନୁଯାୟୀ, ତାଙ୍କ ମାଆଙ୍କ ମୃତ୍ୟୁ ପରେ ବାପା ଏକା ଅନୁଭବ କରୁଥିଲେ। ଯାହାକୁ ଦୂର କରିବା ଲାଗି ସେ ଦ୍ୱିତୀୟ ବିବାହ କରିବାର ଯୋଜନା କରିଥିଲେ। ମୌଲାନା ସୈଫୁଲାହ ନିଜ ସ୍ତ୍ରୀଙ୍କୁ ଉପହାର ଭାବେ ଏକ ଭରି ସୁନା ଦେଇଛନ୍ତି।
ଏହି ବିବାହରେ ଯୋଗ ଦେଇଥିବା ବନ୍ଧୁ-ବାନ୍ଧବ କହିଛନ୍ତି ଯେ, ମୌଲାନାଙ୍କ ପୁଅମାନଙ୍କର ଏହି ପଦକ୍ଷେପ ବାପା-ମାଆଙ୍କ ଇଚ୍ଛାକୁ ସମ୍ମାନ କରିବା ଏବଂ ବୃଦ୍ଧାବସ୍ଥାରେ ମଧ୍ୟ ସେମାନଙ୍କ ଖୁସିକୁ ପ୍ରାଥମିକତା ଦେବାର ଏକ ସଶକ୍ତ ଉଦାହରଣ ଅଟେ।