Tabuଙ୍କୁ କହିଲେ ‘ଦୁଷ୍ଟ’, ଇସାନ ଖଟ୍ଟର ସେୟାର କଲେ ‘A Suitable Boy’ ର ସୁଟିଂ ବିଷୟରେ..
ତବୁଙ୍କୁ ଦୁଷ୍ଟ କହିଲେ ଇସାନ ଖଟ୍ଟର, ଜାଣନ୍ତୁ କାହିିଁକି
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଇଶାନ ଖଟ୍ଟରଙ୍କୁ ନିଜର ୱେବ ସିରିଜ ‘ଦ ରୟାଲ୍ସ’ ଖୁବ ପ୍ରଶଂସା କରାଯାଇଛି। ଜୁମ ସହ ଏକ ଇଣ୍ଟରଭ୍ୟୁରେ ସେ ‘ଏ ସୁଇଟେବଲ ବୟ’ରେ ତବୁଙ୍କ ସହ କାମ କରିବା ବିଷୟରେ କିଛି ସେୟାର କରିଛନ୍ତି।
ଖାସ କରି ସେମାନଙ୍କର ଇଣ୍ଟିମେଟ ସିନ୍ ସୁଟ କରିବା ବିଷୟରେ। ଇସାନ କହିଛନ୍ତି ଯେ, ତବୁ ତାଙ୍କୁ ସେଟରେ ଖୁବ ସୁରକ୍ଷିତ ଏବଂ କମ୍ପର୍ଟେବଲ ଅନୁଭବ କରାଇଛନ୍ତି।
ତବୁଙ୍କ ବିଷୟରେ ଏହି କଥା କହିଲେ ଇସାନ: ଇସାନ କହିଛନ୍ତି, “ତବୁଙ୍କ ଭଳି ଅଭିନେତ୍ରୀଙ୍କ ସହ କାମ କରିବା ବହୁତ ସହଜ। ଆମକୁ ଅଧିକ କଥା କହିବାର ଆବଶ୍ୟକତା ପଡିନଥିଲା। ମୋତେ କିଛି ବି ଅଜବ ଲାଗୁ ନଥିଲା।
ବରଂ ମୁଁ ଅଧିକ କମ୍ଫର୍ଟେବଲ ଥିଲି, କାରନ ମୋତେ ଜଣାଥିଲା ଯେ, ସେହି ସିନ୍ କୁ ଆହୁରି ଭଲ କରିବାର ଥିଲା। ତାଙ୍କ ସହ କାମ କରିବାରେ ଆମକୁ କିଛି ଆଲୋଚନା କରିବାକୁ ପଡୁନଥିଲା ଯେ, ସିନ୍ କିପରି କରିବାକୁ ହେବ, ସବୁ କିଛି ଆପେ ଆପେ ହୋଇଯାଉଥିଲା।”
ତବୁଙ୍କ ସହ ଇଣ୍ଟିମେଟ ସିନ୍: ଇସାନ ଆଗକୁ କହିଛନ୍ତି, “ତବୁ ଖୁବ ଦୁଷ୍ଟାମୀ କରନ୍ତି। ସେ ସିନ ମଝିରେ ଖାଇବା ଏବଂ ମଜାଳିଆ ବିଷୟ ଉପରେ କଥା ହୁଅନ୍ତି। ସେ ମଜା କରନ୍ତି, କିନ୍ତୁ କିଛି ସମୟ ମଧ୍ୟରେ ସେ ନିଜର ଚରିତ୍ର ଭିତରେ ପଶିଯାଆନ୍ତି।
ତାଙ୍କ ସହ କାମ କରିବା ଖୁବ ମଜାଳିଆ ଥିଲା। ଆକ୍ଟିଂ କେବଳ ଡାଇଲଗ କହିବା ନୁହେଁ, ବରଂ ସେହି ସମୟକୁ ଅନୁଭବ କରିବାକୁ ପଡିଥାଏ। ଏଥିସହ ତବୁଙ୍କ ସହ ସବୁ କିଛି ଆପେ ଆପେ ହୋଇଯାଉଥିଲା। ଅନେକ ଥର କେବଳ ଆଖିରେ ହିଁ କଥାବାର୍ତ୍ତା ହୋଇଯାଉଥିଲୁ।”