‘ସେ ମୋ ଭାଇ, ମୋ ପାଖରୁ ସେ କିପରି ଦୂରେଇଯିବ’- ପାକିସ୍ତାନକୁ ରାଜନାଥଙ୍କ ବଡ଼ ବାର୍ତ୍ତା
ପିଓକେରୁ ନେଇ ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆତଙ୍କବାଦ କାରବାର କରୁଥିବା ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନାଥ କହିଛନ୍ତି ।
ନୂଆଦିଲ୍ଲୀ: ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଗୁରୁବାର କହିଛନ୍ତି ଯେ, ଆତଙ୍କବାଦ କାରବାର କରୁଥିବା ଲୋକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବହୁତ ଅଗ୍ରଗତି କରିଛି। ଆମର ପ୍ରତିରକ୍ଷା ଗଠନ ପୂର୍ବ ଅପେକ୍ଷା ଅଧିକ ମଜବୁତ ହୋଇଛି।
ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନ ଅଧିକୃତ କାଶ୍ମୀର ବିସୟରେ ମଧ୍ୟ କହିଥିଲେ। ସେ ପିଓକେ ମାଧ୍ୟମରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଥିଲେ।
ରାଜନାଥ ସିଂହ ପାକିସ୍ତାନକୁ ଟାର୍ଗେଟ କରି ପିଓକେର କଥା କହିଥିଲେ। ସେ କହିଥିଲେ, “ପିଓକେର ଥିବା ସମସ୍ତେ ଆମ ନିଜର, ସେମାନଙ୍କୁ କେବଳ ଭ୍ରମିତ କରାଯାଉଛି। ପିଓକେ ଆମର ଏକ ଅଂଶ ଏବଂ ମୋର ବିଶ୍ବାସ, ଦିନେ ନା ଦିନେ ପିଓକେ ନିଜେ କହିବ ଯେ, ସେ ଭାରତର ଏକ ଅଂଶ।”
ମହାରାଣା ପ୍ରତାପଙ୍କ ସହ ପିଓକେର ତୁଳନା କଲେ ପ୍ରତିରକ୍ଷା ମନ୍ତ୍ରୀ
ରାଜନାଥ ସିଂ କହିଛନ୍ତି, ପିଓକେ ଆମ ପାଇଁ ସେଇଭଳି, ଯେମିତି ମହାରାଣ ପ୍ରତାପଙ୍କ ପାଇଁ ତାଙ୍କ ଛୋଟ ଭାଇ ଶକ୍ତି ସିଂ ଥିଲେ । ସେ ଶକ୍ତି ସିଂହଙ୍କ ବିଷୟରେ କହିଥିଲେ ଯେ, ଯଦିଓ ଶକ୍ତି ସିଂ ଆମଠୁ ଏବେ ଅଲଗା ହୋଇଯାଇଛନ୍ତି, କିନ୍ତୁ ଯେତେଯାହା ହେଲେ ବି ସେ ଆମର ଭାଇ। ସେ ଯେଉଁଠାକୁ ବି ଯାଆନ୍ତୁ, ସେ ଆମ ପାଖକୁ ଫେରି ଆସିବେ। ସେହିପରି, ପିଓକେ କିଛି ସମୟ ପାଇଁ ଆମଠାରୁ ଅଲଗା ହୋଇଯାଇଛି । କିନ୍ତୁ ସେ ତାଙ୍କ ଭାଇଙ୍କ ପାଖକୁ ଫେରି ଆସିବେ। ପିଓକେରେ ରହୁଥିବା ଆମର ଏହି ଭାଇମାନଙ୍କର ଅବସ୍ଥା ଏବେ ସାହସୀ ଯୋଦ୍ଧା ମହାରାଣା ପ୍ରତାପଙ୍କ ସାନ ଭାଇ ଶକ୍ତି ସିଂହଙ୍କ ପରି।”