ମୁକେଶ କୁମାର କାହିଁକି ପିନ୍ଧିଲେ ୧୮ ନମ୍ବର ଜର୍ସୀ, ବିସିସିଆଇର ବଡ଼ ଖୁଲାସା

ଦ୍ରୁତ ବୋଲର ମୁକେଶ କୁମାର ପିନ୍ଧିଲେ ୧୮ ନମ୍ବର ଜର୍ସୀ

ନୂଆଦିଲ୍ଲୀ: ଇଣ୍ଡିଆ ‘ଏ’ର ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ। ଇଂଲଣ୍ଡ ବିପକ୍ଷରେ ଆଗାମୀ ପାଞ୍ଚଟି ଟେଷ୍ଟ ସିରିଜ ପୂର୍ବରୁ ଭାରତର ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚାରି ଦିନର ଅନୌପଚାରିକ ଟେଷ୍ଟ ଖେଳୁଛି, ଯାହାର ପ୍ରଥମ ମୁକାବିଲା କ୍ୟାଟରବରୀରେ ଖେଳାଯାଇଛି।

ଏହି ମ୍ୟାଚ ସମୟରେ ଏକ ବଡ଼ ବିବାଦ ଦେଖିବାକୁ ମିଳିଛି। ବଙ୍ଗଳାର ଦ୍ରୁତ ବୋଲର ମୁକେଶ କୁମାର ପ୍ରଥମେ ଅନୌପଚାରିକ ଟେଷ୍ଟ ସମୟରେ ୧୮ ନମ୍ବରର ଜର୍ସୀ ପିନ୍ଧିଥିବା ନଜର ଆସିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଛି।

ଫ୍ୟାନ୍ସଙ୍କ କହିବାନୁଯାୟୀ, ବିରାଟ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ୧୮ ନମ୍ବର ଜର୍ସୀ କାହାରିକୁ ମିଳିବା ଉଚିତ୍ ନୁହେଁ। ଏହାରି ମଧ୍ୟରେ ବିସିସିଆଇ ମୁକେଶ କୁମାରଙ୍କ ୧୮ ନମ୍ବର ଜର୍ସୀ ପିନ୍ଧିବାର କାରଣ କହିଛି।

ମୁକେଶ କୁମାର ଇଂଲଣ୍ଡ ଗସ୍ତ ପାଇଁ ଟେଷ୍ଟ ଟିମରେ ନାହାନ୍ତି ଏବଂ ଯଦି ସେ କୌଣସି ଖେଳାଳିଙ୍କ ସ୍ଥାନରେ ଖେଳିବେ, ତେବେ ସେ ୪୯ ନମ୍ବର ଜର୍ସୀ ପିନ୍ଧି ଖେଳିବା ଲାଗି ବାହାରିବେ। ଏହି ନମ୍ବରର ଜର୍ସୀ ସେ ୱେଷ୍ଟଇଣ୍ଡିଜରେ ନିଜର ଡେବ୍ୟୁ ମ୍ୟାଚ ସମୟରେ ପିନ୍ଧିଥିଲେ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ମୁକେଶ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ୧୮ ନମ୍‌ବର ଜର୍ସୀ ପିନ୍ଧିଥିଲେ।

ହେଲେ ଭାରତ ଏ ଟିମରେ କୌଣସି ସୁନିଶ୍ଚିତ ନମ୍ବର ନଥାଏ, କାରଣ ଜର୍ସୀ ଉପରେ ନାମ ନଥାଏ। ଯେକୌଣସି ଖେଳାଳି ଯେକୌଣସି ନମ୍ବର ଚୟନ କରିପାରିବେ। ଜର୍ସୀ ନମ୍ବର କେବଳ ଇଣ୍ଟରନେସନାଲ ମ୍ୟାଚ ପାଇଁ ମାନ୍ୟ।