fbpx

ବ୍ରିଟିଶ ପ୍ରଧାନମନ୍ତ୍ରୀ ଚଲାଇଲେ ‘ମେଡ ଇନ୍ ଇଣ୍ଡିଆ’ ସାଇକେଲ

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ‘ମେଡ୍ ଇନ୍ ଇଣ୍ଡିଆ’ ବା ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି । କୋଭିଡ-୧୯ ସହିତ ଲଢିବା ପାଇଁ ମୋଟାପଣ ବିରୋଧରେ ସାଇକେଲିଂ ଓ ଚାଲିବା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ମୂଲ୍ୟ ୨ ବିଲିୟନ ପାଉଣ୍ଡ ଅର୍ଥାତ୍ ୧୯,୩୯୭ କୋଟି ଟଙ୍କା । ଏଥିରେ ଲୋକମାନଙ୍କୁ ସାଇକେଲ ଚଲାଇବାକୁ ଉତ୍ସାହିତ କରାଯିବ । ଏନେଇ ସାଇକେଲ ଷ୍ଟେସନ ଓ ରୁଟ ନିର୍ମାଣ ହେବ ।

ତେବେ କୋଭିଡ ୧୯ ଓ ମୋଟାପଣ ବିରୋଧରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଯେଉଁ ସାଇକେଲ ଚଲାଇ ଏହି ଯୋଜନାର ଆରମ୍ଭ କରିଥିଲେ, ତାହାକୁ ଭାରତୀୟ କମ୍ପାନୀ ହିରୋ ନିର୍ମାଣ କରିଛି ।

Get real time updates directly on you device, subscribe now.