AI ଛାଉଣୀରେ ରହିବ ପୁରୀ, 24 ଘଣ୍ଟା ରଖିବ ନଜର: SP

AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । 100ରୁ ଅଧିକ କ୍ୟାମେରା ଲାଗିବ ।

ପୁରୀ: ସ୍ନାନଯାତ୍ରା ପୂର୍ବରୁ ସମୀକ୍ଷା କଲେ ପୁରୀ ଏସପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ପାଇଁ ତତ୍ପର ପୋଲିସ । AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । 100ରୁ ଅଧିକ କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ନଜର ରଖିବ AI । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ ।

ଏପଟେ ବଡଦାଣ୍ଡ ଏବଂ ବେଳାଭୂମିରେ ଫୋର୍ସ ମୁତୟନ ହେବେ । ସ୍ନାନଯାତ୍ରା ଦିନ ପୁରୀରେ ମୁତୟନ ହେବେ 70 ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପ ବିନିତ ଅଗ୍ରୱାଲ ।