ମାତିଛନ୍ତି ମନ୍ଦିର ଲୁଟେରା, ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ଚୋରି

ମାତିଛନ୍ତି ମନ୍ଦିର ଲୁଟେରା । ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ପୁଣି ଚୋରି ।

ପୁରୀ: ମାତିଛନ୍ତି ମନ୍ଦିର ଲୁଟେରା । ବୀରନରସିଂହପୁର ଦକ୍ଷିଣକାଳୀ ମନ୍ଦିରରୁ ପୁଣି ଚୋରି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମା’ ଙ୍କର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ଲୁଟ ହୋଇଥିବା ଅଳଙ୍କାରର ମୁଲ୍ୟ ଏଯାବତ୍ ଆକଳନ କରାଯାଇ ନାହିଁ । ତେବେ ସିସିଟିଭି ଫୁଟେଜ ଆଧାରରେ ଏନେଇ ଛାନଭିନ୍ କରୁଛି ପୋଲିସ । ଅନ୍ୟ ଏକ ଶିବ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଚନ୍ଦନପୁର ଥାନା ପୋଲିସ ।

ପ୍ରକାଶ ଥାଉକି, ଗତକାଲି ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମା ଙ୍କ ଦର୍ଶନ କରିବାକୁ ଆସିଥିଲେ । ଏହି ମନ୍ଦିରଟି ଏକ ଶକ୍ତି ପୀଠ ଭାବେ ପରିଚିତ । ତେବେ ମନ୍ଦିର ଉନ୍ନତି ପାଇଁ ବିଧାୟିକା ପାଣ୍ଠିରୁ ଅର୍ଥ ସାହାଯ୍ୟ ମଧ୍ୟ କରିଥିଲେ । ସେପଟେ ଗତକାଲି ଶନିବାର ହୋଇଥିବାରୁ 500 ରୁ ଉର୍ଦ୍ଧ୍ବ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ।