ରାଶିଫଳ: ଆଜି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ

ଜାଣନ୍ତୁ କିପରି କଟିବ ଆଜିର ଦିନ? ଏହି ରାଶିର ବ୍ୟକ୍ତଙ୍କ ଠାରେ ଦେଖାଯିବ ଶାରୀରିକ ଓ ମାନସିକ ଅସୁସ୍ଥତା

ମେଷ : ଆର୍ଥିକ ଲାଭ ହୋଇପାରେ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଏହା ଶୁଭ। ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୈବାହିକ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ବୃଷ: ଆପଣଙ୍କ ପାରିବାରିକ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କ ପରିବାରର ସଦସ୍ୟମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ। କାରବାର ପାଇଁ ଏହା ଏକ ଭଲ ସମୟ। ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ। ଚାକିରି ଏବଂ ବ୍ୟବସାୟରେ ଉନ୍ନତିର ସମ୍ଭାବନା ଅଛି।

ମିଥୁନ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଯଥାସମ୍ଭବ ଶେଷ କରିବାକୁ ଚେଷ୍ଟା କରନ୍ତୁ। କଳା, କୌଶଳ ଉପରେ କାର୍ଯ୍ୟ ଗୁଡିକ ପଡ଼ି ରହିପାରେ। ସେଥିନିମନ୍ତେ ସହକର୍ମୀଙ୍କ ସମର୍ଥନ ରହିବ। ଋଣ ନେବାରେ ଆଗ୍ରହ ରହିପାରେ। ବ୍ୟକ୍ତିଗତ ସଫଳତା ଉପରେ ଧ୍ୟାନ ଦିଅନ୍ତୁ। କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦିଅନ୍ତୁ। କାମର ଗତି ଭଲ ରହିବ।

କର୍କଟ: ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହିତ ଭେଟ ହେବାର ସମ୍ଭାବନା ରହିଛି। ପ୍ରିୟଜନଙ୍କ ଖୁସି ପାଇଁ ଚେଷ୍ଟା କରିବେ। ସମ୍ପର୍କୀୟମାନଙ୍କ ସହିତ ଦିନଟି ଭଲରେ କାଟିବା ସହିତ ବ୍ୟକ୍ତିଗତ ମାମଲାରେ ମଧ୍ୟ ଆଗକୁ ବଢିବେ। ଉତ୍ସାହର ସହିତ କାମ କରନ୍ତୁ। ଯଥାସମ୍ଭବ ପରିବାର ସହିତ ସମୟ ବିତାନ୍ତୁ।

ସିଂହ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବୈବାହିକ ଜୀବନରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କନ୍ୟା: ସାହସର ସହିତ ସବୁ କାମ କରନ୍ତୁ, ସଫଳ ମିଳିବ। ସମ୍ପର୍କ ଏବଂ ଯୋଗାଯୋଗ ବୃଦ୍ଧି ପାଇବା ସହିତ ପ୍ରିୟଜନଙ୍କ ସମର୍ଥନ ଏବଂ ବିଶ୍ୱାସ ଜିତିପାରିବେ। ଆର୍ଥିକ ଦିଗ ସୁଦୃଢ଼ ହେବ। ଆୟର ଉତ୍ସ ବୃଦ୍ଧି ହେବ। ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ହେବାର ସମ୍ଭାବନା ଅଛି। ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୈବାହିକ ଜୀବନରେ ମତଭେଦ ହୋଇପାରେ।

ତୁଳା: ନିବେଶ ପାଇଁ ଏହି ସମୟ ଶୁଭ। ଆପଣ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ଟଙ୍କା ଖର୍ଚ୍ଚ ବଢ଼ିପାରେ। ପାରିବାରିକ ଜୀବନରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବିବାହର ସମ୍ଭାବନା ଅଛି। ବାଦ ବିବାଦରୁ ଦୂରରେ ରୁହନ୍ତୁ।

ବିଛା: ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ ।ମୁଣ୍ଡ ଉପରେ କୌଣସି ଚାପ ଯୋଗୁଁ କ୍ରୋଧିତ ରହିବେ । ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ । ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନକଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି । ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କଟିବ । ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିବା ଉଚିତ ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ । ଯେଉଁ ଯୁବକ ଯୁବତୀ ବିବାହ କରିବା ପାଇଁ ଚାହୁଁଛନ୍ତି , ସେମାନେ ନିଜର ପସନ୍ଦ ମୁତାବକ ଜୀବନସାଥୀ ପାଇବେ ।

ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ । ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବାନ୍ଧବଙ୍କଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଆଁ, ପାଣି ଏବଂ ଦୁର୍ଘଟଣା ଉପରେ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।

କୁମ୍ଭ : ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । କାମ ପ୍ରେସର ରହିବ । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ ।

ମୀନ: ଆପଣଙ୍କ କାମରେ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଏହି ସମୟରେ ଧର୍ଯ୍ୟ ରଖନ୍ତୁ। ଆର୍ଥିକ ପରିସ୍ଥିତି ସ୍ୱାଭାବିକ ରହିବ। ପାରିବାରିକ ଜୀବନରେ ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।